ଘରେ କେହି ନଥିବା ବେଳେ ପିଲାକୁ ହତ୍ୟା କରି ସାବତ ମା ଆତ୍ମହତ୍ୟା କରିଛନ୍ତି ବୋଲି ହୋଇଛି ଅଭିଯୋଗ। ମୃତକ ହେଲେ ସନ୍ତୋଷ ଖୁଣ୍ଟିଆଙ୍କ ଦ୍ଵିତୀୟ ପତ୍ନୀ ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ଓ ସନ୍ତୋଷଙ୍କ ପ୍ରଥମ ପତ୍ନୀ ଶୁଭଶ୍ରୀଙ୍କ ଅଢ଼େଇ ବର୍ଷର ପୁଅ। ତେବେ ଶିଳ୍ପୀ ମୃତ୍ୟୁ ପୂର୍ବରୁ ଫେସବୁକରେ "I Quit" ଅର୍ଥାତ ମୁଁ ଚାଲିଯାଉଛି କହି ଏକ ପୋଷ୍ଟ କରିଥିଲେ । ଏହା ସହ ନିଜ ବଡ଼ ଭଉଣୀଙ୍କୁ ଏକ ମେସେଜ ମଧ୍ୟ କରିଥିଲେ। "ଏହି ଘଟଣା ଖବର ପାଇବା ପରେ ନିଜେ ଡିସିପି ଘଟଣାସ୍ଥଳରେ ପହଂଚି ମଧୁପାଟଣା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସାଲେପୁର ଅଂଚଳର ମୂଳ ବାସିନ୍ଦା ହେଉଛନ୍ତି ସନ୍ତୋଷ ଖୁଣ୍ଟିଆ। ୫ ବର୍ଷ ପୂର୍ବେ ସେ ଶୁଭଶ୍ରୀଙ୍କୁ ବିବାହ କରିଥିଲେ।
ପ୍ରଥମ ସନ୍ତାନ ଜନ୍ମ ହେବା ପରେ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ସେ କଟକ ନେତାଜୀ ନଗର ଅଞ୍ଚଳର ଶିଳ୍ପୀଙ୍କୁ ବିବାହ କରିଥିଲେ। ସନ୍ତୋଷ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ତେବେ ଏହି ଘଟଣା ଘଟିବା ପରେ ଉଭୟ ପରିବାର ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା ଆରମ୍ଭ ହୋଇଯାଇଛି।
ଅପରାଧ ଖବର ଆହୁରି ପଢନ୍ତୁ