ଜବତ ହାତୀ ଦାନ୍ତ ଓ ବାଘ ଛାଲକୁ ଯାଞ୍ଚ ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି । ଗିରଫ ୨ଜଣ ହେଲେ ଚକ୍ରଗଡ଼ର ରମେଶ ପ୍ରତିହାରୀ ଓ ବେଠିଆସାହିର ବିମ୍ବାଧର ତରାଇ । ଉଭୟଙ୍କୁ ଗିରଫ କରାଯାଇ ଏସିଟିଏଫ ମାମଲା ରୁଜୁ କରିଛି । ଜବତ ବାଘଛାଲ ଓ ହାତୀ ଦାନ୍ତକୁ କେମିକାଲ ଏକଜାମିନେସନ ପାଇଁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ ।
ଏବେ ମାମଲାର ତଦନ୍ତ ଜାରି ରହିଛି । ବର୍ଷକ ମଧ୍ୟରେ ଏସଟିଏଫ ୧୩ଟି ବାଘଛାଲ ଜବତ କରିଥିବା ବେଳେ ୯ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୫ଟି ବଜ୍ରକାପ୍ତା କାତି ଜବତ କରିଛି । ୨୭ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଥିବା ବେଳେ ମୋଟ ୧୫ଟି କେସ ରୁଜୁ କରାଯାଇଛି ।