ଚଢାଉରେ ୬୦ ଲକ୍ଷରୁ ଅଧିକ ଟଙ୍କା, ୪ କେଜିରୁ ଅଧିକ ବ୍ରାଉନ୍ସୁଗାର ସହ ଦୁଇଟି ବନ୍ଧୁକ ଏବଂ ବିପୁଳ ମାତ୍ରାରେ ଗୁଳି ଜବତ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଏ ସମ୍ପର୍କରେ ଏସ୍.ଟି.ଏଫ୍ ପକ୍ଷରୁ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।
ସୂଚନାନୁସାରେ, ନୟାଗଡ ସହରର ଉଦୟପଥରେ ବନିତା ଦାଶଙ୍କ ଏକ ଦୁଇମହଲା ଘର ରହିଛି । ଘରମାଲିକ ଭୁବନେଶ୍ବରରେ ରହୁଥିବାବେଳେ ଗତ ୩ ମାସ ତଳେ ଲିସା ମହାନ୍ତି ନାମକ ଜଣେ ମହିଳାଙ୍କୁ ଘର ଭଡା ଦେଇଥିଲେ । ଘରେ ଲିସା ତାଙ୍କର ସ୍ଵାମୀ ଏବଂ ତାଙ୍କର ଏକ ଛୋଟ ଛୁଆ ରହୁଥିଲେ । ମହିଳାଜଣଙ୍କ ନିଜ ନାଁ ଲିସା ମହାନ୍ତି କହିଥିବାବେଳେ ଘର ମାଲିକଙ୍କୁ ଦେଇଥିବା ଆଧାର କାର୍ଡରେ ମାନ୍ୟତା ମହାପାତ୍ର ଏବଂ ଘର ଖୋର୍ଦ୍ଧ ସହରର ଜେମାଦେଇସାହି ଉଲ୍ଲେଖ ରହିଛି । ତେବେ ମହିଳାଙ୍କ ସ୍ୱାମୀଙ୍କ ପରିଚୟ ଜାଣିନଥିବା ଘର ମାଲିକ ସୂଚନା ଦେଇଛନ୍ତି । ମହିଳାଙ୍କ ସ୍ଵାମୀ ନୟାଗଡରେ ମାଛ ବେପାର କରୁଥିବା ଘରମାଲିକଙ୍କୁ ଜଣାଇଥିବା ସେ ସୂଚନା ଦେଇଥିଲେ ।