ରାଜ୍ୟର ଅନେକ ଦେବଦେବୀ ପିଠ ଆପଣ ଦେଖିଥିବେ। କେଉଁଠି ପଥର ମୂର୍ତ୍ତି କିମ୍ବା ପିତ୍ତଳ, ସୁନା କିମ୍ବା ରୁପା ମୂର୍ତ୍ତି ପୂଜା ପାଉଥିବ। କିନ୍ତୁ ଏଠି ବୃକ୍ଷର ଚେରକୁ ମା’ ମନେକରି ପୂଜା କରାଯାଏ। ଭଦ୍ରକ ଜିଲ୍ଲା ଧାମନଗର ବୈତରଣୀ ନଦୀର ଶାଖା ନଦୀ କୋଚିଳା ନଦୀ। ନଦୀ କୂଳରେ ବଟ୍ ଚେରରେ ମାଁ କୋଚିଳା ନାୟକାଣୀ କାହିଁ କେଉଁ କାଳରୁ ପୂଜା ପାଉଛନ୍ତି।
କେଉଁ କାଳରୁ ଏଠାରେ ମାଁ ପୂଜା ପାଇଆସୁଛନ୍ତି ତା କେହି ତ ଜଣାନ୍ତି ନାହିଁ। କିନ୍ତୁ ସ୍ଥାନୀୟ ବାସିନ୍ଦା କହିବା କଥା ଯେବେଠୁ ଯେବେଠାରୁ ବୈତରଣୀ ନଦୀର ଶାଖା ନଦୀ କୋଚିଳା ନଦୀ ସୃଷ୍ଟି ହୋଇଥିଲା ସେବେଠାରୁ ଏପୀଠ ଅଛି। ବୈତରଣୀ ନଦୀର ଶାଖା କୋଚିଳା ନାମରେ ମା’ଙ୍କ ନାମକରଣ କରାଯାଇଛି। ପଣା ସଂକ୍ରାନ୍ତି ହେଉଛି, ଏଠାକାର ପ୍ରମୁଖ ଉତ୍ସବ।
ତେବେ ନଦୀ ଗର୍ଭରେ ଏହି ପିଠ ଟି ଅବସ୍ଥିତ ହୋଇଥିବା ବେଳେ ପାଖକୁ ଲାଗି ରହିଛି କିଛି ଜଙ୍ଗଲ ଯାହା ସିତଦିନ ଆସିଲେ ଏଠାରେ ମଧ୍ୟ ବଣଭୋଜି କରିବାପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର ଜିଲ୍ଲାର ପର୍ଯ୍ୟଟନ ଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହି ସ୍ଥାନକୁ ଉନ୍ନତି କାରଣ ସହ ଏହାର ସୁନ୍ଦରତା ବଢ଼ିଲେ ଆଗାମୀ ଦିନରେ ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଯୋଡ଼ି ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ତେବେ ଦ୍ରଘଦିନ ଧରି ବଟ୍ ବୃକ୍ଷ ଚେରରେ ପୂଜା ପାଇଆସୁଥିବା କୋଚିଳା ନାୟକାଣୀ ମାଁ ପିଠା କୁ ଆଗାମୀ ଦିନରେ କିଭଳି ଉନ୍ନତି କାରଣ କରୁଛନ୍ତି ତାହା ଦେଖିବା ରହିଲା।