ଠିକ୍ ସେଇକଥା ଭାବି ଭୁଷଣ୍ଡି କାକ ପ୍ରଭୁ ଶ୍ରୀ ରାମଙ୍କ ଚରଣ ଛୁଇଁଲା। ମୁଣ୍ଡିଆ ମାରିଲା। ପ୍ରସାଦ ଭାବି ପ୍ରଭୁଙ୍କ ଅଧରରୁ ଖସି ପଡୁଥିବା ଉଚିଷ୍ଟ ସେବନ କଲା। ଏହା ଦେଖି ଶିଶୁ ରାମ କାନ୍ଦିବାକୁ ଲାଗିଲା। ସତେ ଯେମିତି ଲାଗିଲା, ଅବୋଧ ଶିଶୁ ଭଳି ପ୍ରଭୁ ମଧ୍ୟ ତାଙ୍କ ଖାଇବା କେହି ଛଡେଇ ଖାଉଥିବାରୁ କାନ୍ଦୁଛନ୍ତି।
ଭୁଷଣ୍ଡି କାକଙ୍କ ମନରେ ସନ୍ଦେହ ହେଲା। ରାଜ ଯଦି ଭଗବାନ ସେ ସାମାନ୍ୟ ପଶୁର ଏ କୃତ୍ୟ ପାଇଁ କାନ୍ଦିଲେ କ’ଣ ପାଇଁ। ପ୍ରଭୁଙ୍କୁ ପରୀକ୍ଷା କରିବାକୁ ଭୁଷଣ୍ଡି ସେହି ଖାଦ୍ୟ ଥାଳି ନେଇ ଆକାଶରେ ଉଡିବାକୁ ଲାଗିଲା। ତଳକୁ ଚାହିଁଲା ବେଳକୁ ଶିଶୁ ରାମଚନ୍ଦ୍ର କାନ୍ଦୁଥାନ୍ତି। କାଉ ଉଡି ଉଡି ସେହି ଥାଳି ସହ ଅନ୍ତରୀକ୍ଷରେ ପହଞ୍ଚିଲା। ଏବଂ ପଛକୁ ଚାହିଁ ଆଚମ୍ବିତ ହେଲା। ଶିଶୁ ରାମ ସେହି କ୍ରନ୍ଦନରତ ଅବସ୍ଥାରେ ଭୁଷଣ୍ଡି କାକଙ୍କୁ ଅନୁଧାବନ କରୁଛନ୍ତି।
ଏବଂ ବୁଝିପାରିଲା, ଏ ସାମାନ୍ୟ ଶିଶୁ ନୁହେଁ, ନିଜେ ଶିଶୁ ରୂପି ଭଗବାନ ନାରାୟଣ। କାକ ଭୁଷଣ୍ଡି ପ୍ରଭୁଙ୍କୁ ପ୍ରଣିପାତ କଲା,ଏବଂ ଅନନ୍ତ ଭକ୍ତିର ଆଶିର୍ବାଦ ନେଲା। ପାଠକଙ୍କୁ କହିଦେବାକୁ ଚାହୁଁ। ଶ୍ରୀମନ୍ଦିରରେ ମଧ୍ୟ ଏହି କାକ ଭୁଷଣ୍ଡି ପୂଜିତ ହେଉଛନ୍ତି। ଆପଣ ଯାହାଙ୍କୁ ରୋହିଣୀ କୁଣ୍ଡ ବୋଲି କୁହନ୍ତି, ସେ ମଧ୍ୟରେ ଦେଖିବେ ଗୋଟିଏ କାଉର ଚିତ୍ର ପ୍ରତିମା ରହିଛି। ଯାହାଙ୍କ ହାତରେ ଶଙ୍ଖ, ଚକ୍ର ଚିହ୍ନ ରହିଛି।
ଓଡ଼ଗାଁ ରଘୁନାଥ ମନ୍ଦିର ବିଷୟରେ କିଛି ଅଜଣା କଥା