ଶରତ ଥାନା ସିଲେଇପୋଖରୀ ଗ୍ରାମର ଜଣେ ସାନ୍ତାଳୀ ସଂପ୍ରଦାୟର ଝିଅ ଜଣେ ମୁଣ୍ଡାରୀ ସଂପ୍ରଦାୟର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ । ଯାହାକୁ ନେଇ ଗ୍ରାମରେ ହୋଇଥିଲା ଏକ ବୈଠକ । ଝିଅଟି ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମ ଅପବିତ୍ର ହୋଇଯାଇଥିବା ଅଭିଯୋଗ ହୋଇଥିଲା ।
ଯାହା ସଂପ୍ରଦାୟର ବିଚିତ୍ର ପରମ୍ପରା ଅନୁସାରେ ଝିଅର ବାପାକୁ ଗ୍ରାମ ପବିତ୍ର କରିବା ନିମନ୍ତେ ପୂଜାର୍ଚ୍ଚନା କରିବାକୁ କୁହାଯାଇଛି । ଝିଅର ବାପା ଗୋଟିଏ ବୋଦା, ତିନି ଗୋଟି କୁକୁଡା, ଚାଉଳ ଏଭଳି ଅନେକ ସାମଗ୍ରୀ ଗାଁ ମୁଖିଆଙ୍କୁ ପ୍ରଦାନ କରିଛନ୍ତି ।