ପୁରୀ: ମହଙ୍ଗା ପଡିଲା ଲାଞ୍ଚ ନେବା । ଲାଞ୍ଚ ନେଇ ପୋଲିସ ବାବୁ ଗିରଫ । କୃଷ୍ଣପ୍ରସାଦ ଏଏସଆଇ ଈଶ୍ୱର ଚନ୍ଦ୍ର ଗୁମାନ ସିଂ ଗିରଫ । ସେହିପରି ସଦର ଥାନାର ଜଣେ ମହିଳା ପୋଲିସ ଅତସି ଜେନା ନିଲମ୍ବିତ ହୋଇଛନ୍ତି। ଜୁଆ ଆଡ୍ଡା ଉପରେ ଚଢାଉ ନେଇ ତାଙ୍କୁ ସସପେଣ୍ଡ କରାଯାଇଛି ।
ଚଢାଉ ସମ୍ପର୍କରେ ସେମାନେ ଥାନା ଆଇଆଇସିଙ୍କୁ ଜଣାଇନଥିଲେ । ଏହି ଘଟଣାରେ ସେମାନେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।
ସୂଚନାନୁଯାୟୀ, ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍ଆଇ ଈଶ୍ୱର ଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି।
ସେହିପରି ପୁରୀ ସଦର ଥାନା ମହିଳା ଏସ୍ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି। ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ସଂପର୍କରେ ସେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିବାର ଅଭିଯୋଗ ହୋଇଥିଲା।
ଏହାଛଡ଼ା ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡ଼େ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ମହିଳା ଏସ୍ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।