କଟକ: କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । କୌଣସି ମୁହୂର୍ତ୍ତରେ ଚାଇନିଜ ମାଞ୍ଜା ସୂତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ଡିସିପି । ଚାଇନିଜ ମାଞ୍ଜା ସୂତା ବ୍ୟବସାୟୀ ଓ ବ୍ୟବହାରକାରୀଙ୍କ ବିରୋଧରେ କ୍ୱିକ୍ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା । ତେବେ ଏହି ଚାଇନିଜ ମାଞ୍ଜା ସୂତା ବ୍ୟବହାର ହେବା ଯୋଗୁଁ ସହରରେ ଅନେକ ଥର ଅନେକ ଦୁର୍ଘଟଣା ଘଟିଛି । ଲୋକଙ୍କ ଜୀବନ ଯିବା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।