ତେବେ ୫ ଦିନ ଧାରଣା ପରେ ବି ପ୍ରଶାସନ ଦାବି ଶୁଣୁନଥିବା ଅଭିଯୋଗରେ ସଂଗ୍ରାମ ସମିତି ଓ ଫୋନି ବିପନ୍ନମାନେ ବ୍ରହ୍ମଗିରିର ଆଜି ରାସ୍ତା ଅବରୋଧ କରିବାକୁ ଧମକ ଦେଇଛନ୍ତି ।
ଫୋନି କ୍ଷତିଗ୍ରସ୍ତଙ୍କୁ ମିଳିଲାନି ସହାୟତା, ପ୍ରତିବାଦରେ ୫ ଦିନ ଧରି ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ

ପୁରୀ: ଶୁଣୁନି ପ୍ରଶାସନ କି ସରକାର । ବର୍ଷେରୁ ଉର୍ଦ୍ଧ୍ୱ ସମୟ ପରେ ବି ଫୋନି କ୍ଷତିଗ୍ରସ୍ତଙ୍କୁ ମିଳିଲାନି ସହାୟତା । ଜିଲ୍ଲା ପ୍ରସାଶନର ଅଣଦେଖା ପ୍ରତିବାଦରେ ୫ ଦିନ ଧରି ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ସଂଗ୍ରାମ ସମିତି ପକ୍ଷରୁ ଚାଲିଛି ଅହରାତ୍ର ଆନ୍ଦୋଳନ । ତୁରନ୍ତ ଫୋନି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସମିତି ଦାବି କରିଛି ।
Download Argus News App
