ହେଲେ ତତ୍କାଳୀନ ଜିଲ୍ଲାପାଳଙ୍କ ଚିଠି ବି କାମ ଦେଲା ନାହିଁ। ଘର ଖଣ୍ଡେ ପାଇଁ ପଞ୍ଚାୟତ ସ୍ତରରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଦିବ୍ୟାଙ୍ଗ। ଏହା ଭିତରେ 8 ବର୍ଷ ବିତିଗଲାଣି ହେଲେ ଘର ଖଣ୍ଡେ ମିଳିପାରିଲାନାହିଁ। ଚଳିତ ଥର କେନ୍ଦ୍ର ସରକାର ଦେଇଥିବା 9 ଲକ୍ଷରୁ ଉର୍ଦ୍ଧ ଘର ତାଲିକାରେ ବି ଏହି ଦିବ୍ୟାଙ୍ଗ ଙ୍କ ନାମ ନାହିଁ। ତେଣୁ ବାଧ୍ୟ ହୋଇ ଆଜି ସହ ପରିବାର ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ଲଷ୍ମୀକାନ୍ତ ରାଉତ। ଯେ ପର୍ଯ୍ୟନ୍ତ ଘର ମିଳି ନାହିଁ ସେ ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି କହିଛନ୍ତି ଦିବ୍ୟାଙ୍ଗ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।