ଦୀର୍ଘ ପ୍ରାୟ ୩ବର୍ଷ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ଶୁକ୍ରବାର ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବେ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ।
ନବୀନ ପୂର୍ବାହ୍ନ ୧୦ଟାରେ ପଦ୍ମପୁର ଗସ୍ତରେ ଯାଇ ୩ଟି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ସାଢେ଼ ୫ଟାରେ ନବୀନ ନିବାସକୁ ଫେରି ଆସିବେ ବୋଲି ସୂଚନା ମିଳିଛି । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୩ଟି ଯାକ ଜନସଭାରେ ଯେପରି ପର୍ଯ୍ୟାପ୍ତ ପରିମାଣର ଲୋକ ହେବେ ସେଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି । ଏହାକୁ ଦେଖି ଲାଗୁଛି ଯେପରି ଦଳ ଏକପ୍ରକାର ଛାନିଆ ହେଇପଡ଼ିଛି।