ଏ ସମ୍ପର୍କରେ ନିସୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ନିସୀଙ୍କ ଦେହ ବହୁତ ସିରିଅସ୍ ଅଛି ଆମେ ତାକୁ କୋରାପୁଟ ମେଡିକାଲକୁ ନେଉଛୁ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଆସିଦେଖିଲା ବେଳକୁ ସୁନାବେଡ଼ାରେ ଡ଼ାକ୍ତର ନିସିକୁ ମୃତ ଘୋଷଣା କରିଥିଲେ । ସେଠାରେ ହଷ୍ଟେଲର କିଏ କର୍ମଚାରୀ ମଧ୍ୟ ଦେଖା ମିଳି ନଥିଲା ନିସିକୁ କିଏ ମେଡିକାଲରେ ଆଣି ଭର୍ତି କରିଛି ତାହା ମଧ୍ୟ କେହି କହୁ ନଥିବା ପରିବାର ପକ୍ଷରୁ କୁହାଯାଇଛି ।
ପରିବାର ଲୋକେ ମୃତ୍ୟୁର ସନ୍ଧେହ କରି କାଳେ କଣ ହୋଇଥିବ ଭାବି ସୁନାବେଡା ଥାନାରେ ଏତଲା ଦିଆଯାଇଛି । ଏତଲା ପରେ ସୁନାବେଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମୃତ୍ୟୁର କାରଣ ଅସ୍ପଷ୍ଟ । ପରିବାର ଲୋକେ ପୁଲିସକୁ ନିବେଦନ କରିଛନ୍ତି ନିସିର ମୃତ୍ୟୁ କାରଣ ନ ଜାଣିପାରିଲା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ନ କରିବାକୁ କହିଛନ୍ତି । ଏଥିରେ ଯେ ଦୋଷୀ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ପରିବାର ଲୋକ କହିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।