ଛାତ୍ରୀଙ୍କ ଦେହ ଅସୁସ୍ଥ ହେବା ପରେ ଡାକ୍ତରଙ୍ ପରାମର୍ଶ ନ ଦେଇ ଛାତ୍ରୀଙ୍କୁ ଔଷଧ ଦେଇଥିଲେ ବିଦ୍ୟାଳୟ କତ୍ତୃପକ୍ଷ । ଏହାପରେ ମେଡିକାଲରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ବିଦ୍ୟାଳୟ କର୍ତ୍ତ୍ୟପକ୍ଷଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଗଞ୍ଜାମ ଆବାସିକ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଲେ ପରିବାର ଲୋକେ । ତଦନ୍ତ ସହ 50 ଲକ୍ଷ ଟଙ୍କା କ୍ଷତିପୂରାଣ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ । ଡିସେମ୍ବର ୧୮ ତାରିଖ ଦିନ ଆବାସିକ ବିଦ୍ୟାଳୟରେ ପାଠ ପଢୁଥିବା ଦଶମ ଶ୍ରେଣୀ ଛାତ୍ରୀ ରୋଜି ବେହେରାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।
Download Argus News App
