ସମ୍ୱଲପୁର: ବୁର୍ଲା VSSUT 40ରୁ ଅଧିକ ଛାତ୍ର କରୋନା ପଜିଟିଭ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ RCMR ମୁହାଁ ମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ସ୍ପଷ୍ଟୋକ୍ତି ପାଇଁ, କିଟ କମ୍ପାନୀ ଲାଇଭ ଡେମୋ ରିପୋର୍ଟ ଦେଇଛି । ପୂର୍ବରୁ କିଟ ଗୁଡିକ ତ୍ରୁଟିପୂର୍ଣ୍ଣ ଯୋଗୁଁ ନେଗେଟିଭ ଗୁଡିକ ପଜିଟିଭ ହୋଇଯାଇଛି ବୋଲି ଖୋଦ ସ୍ୱାସ୍ତ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।
କିଟ ଯୋଗାଣକାରୀ ସଂସ୍ଥା ନୂଆଦିଲ୍ଲୀର ଓସକାର ମେଡିସିନ ପ୍ରାଇଭେଟ ଲିମିଟେଡ଼ ସନ୍ଦେହ ଉପୁଜି ଥିବା D008 ଓ D104 ବ୍ୟାଚର କିଟ ଭୁଲ ନାହିଁ ବୋଲି ବୁର୍ଲା VIMSAR କତ୍ତୃପକ୍ଷଙ୍କୁ ତଥ୍ୟ ପ୍ରମାଣ ଆଧାରରେ ଜଣାଇଛନ୍ତି ।
ଓଡିଶା ରାଜ୍ୟ ଔଷଧ ନିଗମ VIMSAR କତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଚିଠି ଲେଖି, ICMR, ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ପରୀକ୍ଷା ହୋଇଥିବା ସେହି ବ୍ୟାଚ ଗୁଡିକର ଆଣ୍ଟିଜେନ ଓ RT-PCR ରିପୋର୍ଟ ପ୍ରଦାନ କରିଛି । କିଟ ଠିକ୍ ନା ତ୍ରୁଟିପୂର୍ଣ୍ଣ ଜାଣିବା ପାଇଁ 60 ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରି ଭୁବନେଶ୍ୱର RCMRରେ ଗତ 4 ଓ 5 ରେ ପରୀକ୍ଷା କରାଯାଇଥିଲା ।