୧୬ ନମ୍ବର ଜାତୀୟ ରାଜପଥ ବ୍ରଜନଗର ଗଳିପୋଲଟି ଦୀର୍ଘ ଦିନ ହେବ ବନ୍ଦ ଥିବାରୁ ବ୍ରଜନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଜାତୀୟ ରାଜପଥ ପାରି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି । ଯାହାଫଳରେ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଧାରଣାରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ଯାଜପୁର ପାଣିକୋଇଲି ଥାନା ବ୍ରଜନଗର ଠାରେ ଥିବା ଗଳିପୋଲ ନିକଟରେ ଆଜି ଗ୍ରାମବାସୀଙ୍କ ସହ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଉକ୍ତ ଗଳିପୋଲଟି ବନ୍ଦ ଥିବାରୁ ଗଳିପୋଲ ଖୋଲି ଯାତାୟାତ ସ୍ବଭାବିକ କରିବା ପାଇଁ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
Download Argus News App
