ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୋମବାର ଅପରାହ୍ନ ସମୟରେ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀ ଚାଲି ଯାଇଥିବା ଘଟଣା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ର ଜଣେ ଦଶମଶ୍ରେଣୀର ଛାତ୍ରୀ ଆଜି ସକାଳୁ ବିଦ୍ୟାଳୟ କୁ ଯାଇ ଫେରି ନ ଥିଲେ। ଅଭିଭାବକ ବହୁ ଖୋଜା ଖୋଜି ପରେ ପହଞ୍ଚି ଥିଲେ ବିଦ୍ୟାଳୟ ନିକଟରେ ।
ଦେଖିଥିଲେ, ଛାତ୍ରୀ ଜଣଙ୍କ ବିଦ୍ୟାଳୟ ପରିସରରେ ଅଚେତ ଅବସ୍ଥାରେ ପଡି ରହିଥିଲେ । ଆସ୍ତେ ଆସ୍ତେ ଘଟଣା ଟି ଗାଁ ସାରା ପ୍ରଘଟ ହୋଇଥିଲା। ଅଭିଭାବକ ଦ୍ୱାରା ପ୍ରଧାନ ଶିକ୍ଷକ,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ପରେ ପାଟପୁର ଥାନାରେ ଅଭିଯୋଗ କରିଥିଲେ।। ପୋଲିସ ପହଁଚି ଅଭିଭାବକ, ଗାଁର ସ୍ଥାନୀୟ ଲୋକ ଏବଂ ବିଦ୍ୟାଳୟ ସଭାପତିଙ୍କ ଉପସ୍ଥିତି ରେ ସ୍କୁଲ ମୁଖ୍ୟ ଫାଟକ ଖୋଲା ଯାଇଥିଲା।
ସ୍କୁଲ ଛୁଟି ସମୟରେ ଛାତ୍ରୀ ଜଣଙ୍କ ପରିସ୍ରାଗାରା ଯାଇଥିଲେ ସେ ଫେରିଲା ବେଳକୁ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଚାଲି ଯାଇଥିଲେ। ଛାତ୍ରୀ ଜଣଙ୍କ ଅସୁସ୍ଥତା ଅନୁଭବ କରି ବାରଣ୍ଡାରେ ପଡି ରହିଥିଲେ। ତାଲା ଖୋଲିଲା ପରେ ଅଭିଭାବକ ଆଡ଼ପଡ଼ା ମେଡ଼ିକାଲ ନେଇଥିଲେ। ଏନେଇ ଅଭିଭାବକ ଅର ହରି ରେଡ୍ଡୀ ପାଟପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ପ୍ରକାଶ କରିଛନ୍ତି। କେଉଁ କାରଣ ରୁ ତାଲା ପଡିଲା।ସ୍କୁଲ ପରିସର ଚେକ ନ କରି କାହିଁକି ତାଲା ପକାଗଲା।ଏହାକୁ ନେଇ ଉଠିଛି ପ୍ରଶ୍ନ।