ସେପଟେ ଆନ୍ଦୋଳନରତ ଶିକ୍ଷକଙ୍କୁ ନାଲିଆଖି ଦେଖାଇବା ପରେ ଆଜି ବାଲେଶ୍ବରରେ ବିକଳ୍ପ ମଧ୍ୟାହ୍ନ ଭୋଜନ ପାଇଁ ଅଙ୍ଗନାବାଡି କର୍ମୀଙ୍କୁ ଦାୟିତ୍ବ ହେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସେହିପରି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ସିଟି ସ୍କୁଲର ଛାତ୍ର ଛାତ୍ରଙ୍କୁ କୁହାଯାଇଛି। ହେଲେ ପ୍ରଶ୍ନ ପିଲା ଯେତେବେଳେ ସ୍କୁଲକୁ ଆସୁନାହାନ୍ତି। ସେତେବେଳେ ପାଠ କିଏ ପଢିବ।
ସରକାରଙ୍କ ଧମକକୁ ନ ଡରି ଦାବି ପୁରଣ ପାଇଁ ଶିକ୍ଷକ ମାନେ ଅଡିବସିଥିବା ବେଳେ ବିଭିନ୍ନ ସ୍ଥାନରେ ଧାରଣା ସ୍ଥଳକୁ ଯାଇ ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ସବୁ ଦଳର ନେତା। ବାରିପଦାରେ ବିଜେପି ବିଧାୟକ ପ୍ରକାଶ ସୋରେନ ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ସେମାନଙ୍କୁ ସମର୍ଥନ କରିଛନ୍ତି। କଲ୍ୟାଣସିଂହପୁରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଶିକ୍ଷକଙ୍କୁ ଭେଟି ଦାବି ଶିଘ୍ର ପୁରଣ ହେବ ବୋଲି କହିଛନ୍ତି.. ଆଠଗଡରେ ବିଜେପି ନେତା ଅଭୟ ବାରିକ , ବାଙ୍କିରେ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, କେନ୍ଦ୍ରାପଡାରେ କଂଗ୍ରେସ ନେତା ଗଣେଶ୍ବର ବେହେରା , ଖଣ୍ଡାପଡାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରେଢାଖୋଲରେ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି।
ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା ନ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନ ନେଇ ନ ଦିନ ହେବ ସରକାର ନୀରବ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ କେବେ ସ୍କୁଲ ଖୋଲିବ ଓ ପିଲାଙ୍କ ପାଠପଢା ସ୍ବାଭାବିକ ହେବ ତା ଉପରେ ନଜର ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର