ସେପଟେ ଗାଁର ଅଧିକାଂଶ ଜମି ନଦୀ ଆର ପଟେ ରହିଛି । ଯେଉଁଠିକୁ ନିଜର ଜୀବନ ଜୀବିକା ପାଇଁ ପିତେଇ ଗ୍ରାମର ଅନେକ ମହିଳା ପୁରୁଷମାନେ ଚାଷ କରିବାକୁ ଯାଆନ୍ତି ଓ ଧାନ ମାଣ୍ଡିଆ ଇତ୍ୟାଦି କାଟିବାକୁ ଯାଇଥାନ୍ତି । ଏପରିକି ହଳ କରିବାକୁ ମଧ୍ୟ ବଳଦ ନେଇକି ଯାଉଥିବା ଜଣାପଡିଛି ।
ସୂକୁ ଗ୍ରାମ ପଞ୍ଚାୟତକୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ବୃଦ୍ଧ ବୃଦ୍ଧା ଡଙ୍ଗାର ସାହାରା ନେଇ ଥାଆନ୍ତି । ମେଡିକାଲ ସେବା ପାଇଁ ମଧ୍ୟ ଏହି ଡଙ୍ଗାରେ ଯାତାୟାତ କରନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହି ଡଙ୍ଗାକୁ ସୂକୁ ଗ୍ରାମରୁ ମାସିକ ପାଞ୍ଚ ହଜାର ଭଡାରେ ଗ୍ରାମବାସୀ ଆଣିଛନ୍ତି ଓ ଚାନ୍ଦା କରି ଦେଇଥାନ୍ତି । ଏହି ଡଙ୍ଗାର ଆହୁଲା ନାହିଁ , ନଦୀର ଏ ପଟୁ ଗୋଟେ ଦଉଡ଼ି ସେପଟୁ ଗୋଟେ ଦଉଡ଼ି ଧରି ଟାଣି ଟାଣି ଝିକି ଝିକି ନେବାକୁ ପଡୁଛି।
ଡିଜିଟାଲ ଦୁନିଆରେ ପାଠ ପଢା ପାଇଁ ଭରା ନଇରେ ନୌକାରେ ବସି ପାର ହେଉଛନ୍ତି ଛାତ୍ର ଛାତ୍ରୀ । କେବେ ଯେ ଏହା ଉପରେ ସରକାରଙ୍କ ନଜର ପଡ଼ିବ ଏବଂ ଏହାର ସମାଧାନ ହେବ ତାକୁ ହିଁ ଅପେକ୍ଷା ।