ଏହାର ସମାଧାନ ପାଇଁ ତୃତୀୟ ଥର ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିବାକୁ ଏକାଠି ହୋଇଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଓଡ଼ିଆ ବିଷୟରେ ୭୫୫ ପଦବୀରୁ ୨୨୪ ଟି ପଦବୀ ଏବେ ବି ଖାଲି ପଡ଼ିଛି । ଏହାକୁ ପୂରଣ କରି ସରକାର ରାଜ୍ୟରେ ଶିକ୍ଷିତ ବେକାରୀ କମାନ୍ତୁ ବୋଲି ଦାବି ରଖିଛନ୍ତି ଛାତ୍ରଛାତ୍ରୀ ।
ନିଯୁକ୍ତି ସୃଷ୍ଟି ଦାବିରେ ଏକାଠି ହେଲେ ଓଡିଆ ବିଭାଗର ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ ଖାଲି ପଡ଼ିଛି ଓଡ଼ିଆ ଅଧ୍ୟାପକ ପଦବୀ । ନିଯୁକ୍ତି ସୃଷ୍ଟି ଦାବିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି । ସେମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାବିପତ୍ର ଦେବାକୁ ଏକାଠି ହୋଇଛନ୍ତି । ସବୁ ବିଷୟ ପାଇଁ ଅଧ୍ୟାପକ ନିଯୁକ୍ତି ପଦବୀ ବାହାରୁଥିବା ବେଳେ ଓଡ଼ିଆ ବିଷୟ ପାଇଁ କାହିଁକି ବାହାରୁ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।
Download Argus News App
