ନନ୍ଦିପୁର- ଛତ୍ରପଡ଼ା ରାସ୍ତାରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ପ୍ରଧାନ ଶିକ୍ଷକ ଅଜୟ ବେହେରାଙ୍କ ବଦଳି ପ୍ରତିବାଦରେ ଏଭଳି ଆନ୍ଦୋଳନ କରାଯାଇଥିଲା। ନନ୍ଦିପୁର- ଛତ୍ରପଡ଼ା ରାସ୍ତା ଅବରୋଧ କରିବା ଫଳରେ ଦୀର୍ଘ ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଥିଲା । ପରେ ମଙ୍ଗଳପୁର ଥାନା ଅଧିକାରିଣୀ ରିନାରାଣୀ ସାହୁ ପହଁଚି ଧାରଣାରତ ଛାତ୍ରଛାତ୍ରୀଙ୍କୁ ବହୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।