ବିଧାୟକଙ୍କ ସାର୍ଟ କଲର ଧରି ଟଣାଓଟରା କରିବା ସହ ଅଶାଳୀନ ଗାଳି ଗୁଲଜ କରିଛନ୍ତି । ଅଭିଯୋଗ ଅନୁସାରେ ତିଳେଇବାଣି ବ୍ଲକର ଉର୍ଣ୍ଣୟନ ମୂଳକ କାମ ପାଇଁ ବିଧାୟକ ବିଡ଼ିଓଙ୍କୁ ବାରମ୍ବାର ଫୋନ କରିଥିଲେ ।
ଶେଷରେ ଛେପଲିପାଲି ପଂଚାୟତ ଭାଲିଆଗୁଡି ଗ୍ରାମରେ ବିଡ଼ିଓ ରହିଥିବା ଖବର ପାଇ ବିଧାୟକ ତାଙ୍କ ସମର୍ଥକଙ୍କ ସହ ସେଠାରେ ପହଂଚିଥିଲେ । କିନ୍ତୁ ବିଧାୟକଙ୍କ ସହ ଆଲୋଚନା ପରିବର୍ତ୍ତେ ସେଠାରେ ବିଡ଼ିଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ବିଧାୟକ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ବିଧାୟକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟାଶୀଳ ହୋଇ ବିଧାୟକ ଓ ତାଙ୍କ ସମର୍ଥନମାନେ ବିଡ଼ିଓଙ୍କୁ ମାଡ଼ମାରିଥିବା ମନଗଢା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ।