ଜଗତପୁର ପୋଲିସ ସୁବାସ ମଲ୍ଲିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । କଟକରେ ନକଲି ସାମଗ୍ରୀର ବ୍ୟବସାୟକୁ ନେଇ ଅନେକ ଦିନ ଧରି ବିଭିନ୍ନ କାରଖାନା ଉପରେ ଚଢାଉ କରୁଥିଲା ପୋଲିସ ।
କଟକ: ନକଲି ସାମଗ୍ରୀର ହବ ପାଲଟିଛି କଟକ । ଏନେଇ ଆକ୍ଟିଭ୍ ହୋଇଛି କମିଶନରେଟ ପୋଲିସ୍ । କଟକରେ ନକଲି ଘିଅକୁ ନେଇ କମିଶନରେଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ସୁବାଷ ଘିଅ ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ ।
ଜଗତପୁର ପୋଲିସ ସୁବାସ ମଲ୍ଲିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । କଟକରେ ନକଲି ସାମଗ୍ରୀର ବ୍ୟବସାୟକୁ ନେଇ ଅନେକ ଦିନ ଧରି ବିଭିନ୍ନ କାରଖାନା ଉପରେ ଚଢାଉ କରୁଥିଲା ପୋଲିସ ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...