ଭୁବନେଶ୍ବର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ FMT ର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୁଲିସ । ଶେଷ ୭ ଟି କଲ୍ କୁ ନେଇ ସନ୍ଦେହ ବଢିଛି । ଶୁଭଶ୍ରୀ ସମ୍ପୃକ୍ତ ଯୁବକଙ୍କୁ ମୃତ୍ୟୁ ପୂର୍ବ ରାତିରେ କଲ କରିଥିଲେ । ସନ୍ଧ୍ୟା ସାଢେ ୬ ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ୩୦୨ ଓ ୨୦୧ ରେ ମାମଲା ରୁଜୁ କରିଛି ପୁଲିସ । ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୁଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଶୁଭଶ୍ରୀ ମୃତ୍ୟୁ ମାମଲା, ଶେଷ କଲ୍ କୁ ନେଇ ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲା । ପୋଲିସ ହାତରେ ଲାଗିଛି ସାଂଘାତିକ ତଥ୍ୟ। ସିଡିଆରର ତର୍ଜମା ପରେ ଜଣେ ବ୍ୟକ୍ତିଙ୍କ ସଂପର୍କରେ ସୁରାକ ମିଳିଛି । ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଘନ ଘନ ଫୋନ୍ କଲ୍ । ଜଣେ ଯୁବକଙ୍କୁ ବାରମ୍ବାର କଲ୍ କରିଥିଲେ ଶୁଭଶ୍ରୀ । ଏହି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ଉକ୍ତ ଯୁବକଙ୍କ ଘର ନୟାଗଡ ବୋଲି ଜଣାପଡିଛି । ତେବେ ହତ୍ୟା ଦିନ ଯୁବକ ଜଣଙ୍କ ଶୁଭଶ୍ରୀଙ୍କ ସହିତ କଣ କଥା ହୋଇଥିଲେ । ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଯୁବକଙ୍କ କିଛି ସଂପର୍କ ରହିଛି । ସେନେଇ ଖୋଳତାଡ ଜାରି ରଖିଛି ପୋଲିସ ।
Download Argus News App
