ସମସ୍ତ ଅଭିଯୁକ୍ତ ଯାଜପୁର ଜଖପୁରା ଥାନା ଅଞ୍ଚଳର ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନାମରେ ପୁର୍ଵରୁ ବିଭିନ୍ନ ଥାନାରେ ଅନେକ ମାମଲା ଥିବା ବେଳେ ରାଜ୍ୟ ବାହାରେ ମଧ୍ୟ ହେଉଥିବା ଲୁଟ୍ ରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରିଛି ପୋଲିସ ।

ମୟୁରଭଞ୍ଜ: ବାରିପଦା ଟାଉନ ଥାନା ପୋଲିସକୁ ସଫଳତା। ୨ ନାବାଳକଙ୍କ ସହ ୪ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର , ଡିକି ଭଙ୍ଗା ଯନ୍ତ୍ର , ନଗଦ ଟଙ୍କା , ମୋବାଇଲ ଫୋନ , ୨ଟି ବାଇକ, ମଙ୍ଗଳସୂତ୍ର , ବ୍ରେସଲେଟ , ହାତଘଣ୍ଟା ଜବତ କରାଯାଇଛି ।

ନୂଆଦିଲ୍ଲୀ: ଦିଲ୍ଲୀକୁ ଲାଗିଥିବା ଉତ୍ତର ପ୍ରଦେଶର ଗାଜିଆବାଦ ଠାରେ ଅନଲାଇନ ଗେମ ଜରିଆରେ କୋମଳମତି ପିଲା ମାନଙ୍କୁ ବ୍ରେନୱାସ କରି ଇସଲାମରେ କନଭର୍ଟ କରୁଥିବା ଘଟଣା ଆସିବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି । ଏହାକୁ କିଛି ଲୋକ ଗେମିଂ ଜେହାଦ ବୋଲି କହିବା ଆରମ୍ଭ କରି ଦେଇଛନ୍ତି । ଏହି ମାମଲା ସାମନାକୁ ଆସିବା ପରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଚି ।
ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯିବା ପରେ ଏବେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ କମିଶନ ଏବେ ଏହି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜାତୀୟ ଶିଶୁ ଅଧିକାର ସଂରକ୍ଷଣ କମିଶନ ବା ଏନସିପିସିଆର ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏନସିପିସିଆର ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏହି ମାମଲାରେ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ର ସଚିବ ଅଲକେଶ କୁମାରଙ୍କୁ ପତ୍ର ଲେଖି ଛନ୍ତି । ଏହି ପତ୍ରରେ ସେ ଅଭିଯୁକ୍ତ ଅନ ଲାଇନ ଗେମିଂ କମ୍ପାନୀ ଫୋର୍ଟନାଇଟ ଓ ଡିସ୍କର୍ଡ ନାମରେ ଚାଟିଂ ଆପ ବିରୁଦ୍ଧରେ ଆଇଟି ନିୟମ ଅନୁଯାୟୀ ଜାଂଚ କରିବାକୁ କହିଛନ୍ତି । ଦଶ ଦିନ ମଧ୍ୟରେ ଏ ସମ୍ପର୍କରେ କାର୍ଯାନୁଷ୍ଠାନ ରିପୋର୍ଟ କମିଶନଙ୍କୁ ପ୍ରଦାନ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଅନ୍ୟ ପକ୍ଷରେ ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ଶଙ୍କର ତିୱାରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ନାବାଳକ ପିଲା ମାନଙ୍କୁ ଇସଲାମରେ କନଭର୍ଟ କରିବାକୁ ଗେମିଂ ଆପର ବ୍ୟବହାର କରୁଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହା ପଛରେ ଥିବା ଇସଲାମୀ କଟ୍ଟରପନ୍ଥୀ ମାନଙ୍କର କୁତ୍ସିତ ମାନସିକତାକୁ ଏହା ପ୍ରଦର୍ଶିତ କରୁଛି । ଏଭଳି ଲୋକଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରୁଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ କିଛି ଦିନ ତଳେ ଏବେ ଇସଲାମୀ ଧର୍ମାନ୍ତରକାରୀ ଗ୍ୟାଙ୍ଗ ଅନ ଲାଇନ ଗେମ ଜରିଆରେ ମଧ୍ୟ ଛୋଟ ଛୋଟ ପିଲା ମାନଙ୍କୁ ବ୍ରେନ ୱାସ କରି ସେମାନଙ୍କୁ ଇସଲାମରେ କନଭର୍ଟ କରିବାର ଘଟଣା ସାମନାକୁ ଆସିଥିଲା । ଏହି ମାମଲାରେ ଉତ୍ତର ପ୍ରଦେଶର ଗାଜିଆବାଦ ପୋଲିସକୁ ଏକ ବଡ ସଫଳତା ମିଳିଥିଲା । ଗାଜିଆବାଦର ଜୈନ ସମାଜର ଏକ ପିଲାକୁ ଇସଲାମୀ ଧର୍ମାନ୍ତରୀକରଣ କରାଯିବା ଘଟଣା ସାମନାକୁ ଆସିବା ପରେ ପୋଲିସ ଜାଂଚରେ ବଡ ରହସ୍ୟୋଦଘାଟନ ହୋଇଥିଲା । ଏହି ମାମଲାରେ ମସଜିଦ କମିଟିର ପୂର୍ବତନ ସଦସ୍ୟ ଅବଦୁଲ ରହମାନକୁ ଗିରଫ କରାଯାଇଥିଲା । ସେ ଏକ ଇସଲାମୀ ଧର୍ମାନ୍ତରୀକରଣ ଗ୍ୟାଙ୍ଗ ସହ ଜଡିତ ଥିଲା । ଅନଲାଇନ ଗେମରେ ବିଜୟ ପାଇ ସେ ହିନ୍ଦୁ ପିଲାଙ୍କୁ କୁରାନର ଆୟାତ ଗୁଡିକୁ ପଢାଉଥିଲା । ଏହା ପରେ ପିଲା ମାନଙ୍କର ବ୍ରେନ ୱାସ କରି ସେମାନଙ୍କୁ ଇସଲାମରେ କନଭର୍ଟ କରୁଥିଲା ।
ଅବଦୁଲ ରହମାନର ମୋବାଇଲରୁ ପୋଲିସକୁ ଏ ସମ୍ପର୍କରେ ଅନେକ ପ୍ରମାଣ ମିଳିଥିଲା । ଗତ 30 ମଇରେ ସ୍ଥାନୀୟ ରାଜନଗରର ଜଣେ ବ୍ୟକ୍ତି ଧର୍ମାନ୍ତରୀକରଣକୁ ନେଇ ଏକ ମାମଲା ରୁଜୁ କରିଥିଲେ । କବିନଗର ପୋଲିସ ଥାନାରେ କରାଯାଇଥିବା ଏଫଆଇଆରରେ ସଂଜୟ ନଗର ସ୍ଥିତ ମସଜିଦର ଏକ ମୌଲାନା ଅବଦୁଲ ରହମାନ ଓ ମୁମ୍ବାଇ ବଦ୍ଦୋ ନାମକ ବ୍ୟକ୍ତିର ଉଲ୍ଲେଖ ଥିଲା । ପରେ ବଦ୍ଦୋ ନାମକ ବ୍ୟକ୍ତି ଶହନବାଜ ବୋଲି ଜଣା ପଡିଥିଲା । ଏମାନେ ହିନ୍ଦୁ ପିଲା ମାନଙ୍କୁ ବ୍ରେନ ୱାସ କରି ମୁସଲମାନ କରୁଥିଲେ । ଦୁଇ ଜଣ ନାବାଳକ ମାନଙ୍କୁ ବ୍ରେନ ୱାସ କରି ସେମାନେ କନଭର୍ଟ କରୁଥିଲେ ।
ଏହି ନାବାଳକ ମାନଙ୍କ ମଧ୍ୟରେ ଜଣେ ଜୈନ ସମାଜ ଓ ଅନ୍ୟ ଜଣେ ହିନ୍ଦୁ ସମାଜର ଥିଲା । ଏହି ପିଲା ମାନେ ଏହି ଇସଲାମୀ ଗ୍ୟାଙ୍ଗର ପ୍ରଭାବରେ ଆସି ନମାଜ ପଢିବା ଆରମ୍ଭ କରି ଦେଇଥିଲେ । ଜୈନ ପରିବାରକୁ ସେତେବେଳେ ଏ ସମ୍ପର୍କରେ ଜଣା ପଡିଲା ଯେତେବେଳେ ସଂପୃକ୍ତ ମୌଲବୀ ଭୟରେ ତାର ଫୋନର ଚାଟ ହିଷ୍ଟ୍ରିକୁ ଡିଲିଟ କରି ଦେଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ରେଜଲ୍ଟ ଘୋଷଣା । କଳାରେ ମୋଟ୍ ପାସ୍ ହାର 78.88 ପ୍ରତିଶତ । କଳାରେ ପୁଅଙ୍କ ପାସ୍ ହାର 70.43 ପ୍ରତିଶତ । କଳାରେ ଝିଅଙ୍କ ପାସ୍ ହାର 85.66 ପ୍ରତିଶତ । ଭୋକେସନାଲରେ ମୋଟ୍ ପାସ୍ ହାର 67.48 ପ୍ରତିଶତ । ଭୋକେସନାଲରେ ପୁଅଙ୍କ ପାସ୍ ହାର 64.23 ପ୍ରତିଶତ । ଭୋକେସନାଲରେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ।
www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋରିଲ ଗ୍ରାମର କାଜୁ ଜଙ୍ଗଲରେ ଦୁଇଦିନ ହେବ ଏକ ଦନ୍ତା ହାତୀ ଟି ଅସୁସ୍ଥ ଥିଲା . ହିନ୍ଦୋଳ ବନ ବିଭାଗ ଅସୁସ୍ଥ ହାତୀଟିର ଯତ୍ନ ନେଉଥିବା ଜଣାପଡିଥିଲା. କିନ୍ତୁ ବଡ଼ ଦୁଃଖର ବିଷୟ ହାତୀଟିର ୪୩ ଘଣ୍ଟା ଯତ୍ନ ନେବା ପରେ , ଗତକାଲି ରାତି ୨ ଘଟିକା ସମୟରେ ହାତୀ ଟି ମୃତ୍ୟୁବରଣ କରିଛି.
ଅଧିକ ପଢନ୍ତୁ : ଦୁଇ ଦିନ ହେଲା ଦନ୍ତା ହାତୀ ଅସୁସ୍ଥ
ଘଟଣା ସ୍ଥଳକୁ ହିନ୍ଦୋଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପହଞ୍ଚି ସାରିଛନ୍ତି, ଏବଂ ପ୍ରଥମେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ ଓ କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହା ପରିକ୍ଷା ପରେ ଜଣାପଡ଼ିବ, ଓ ଜେସିବି ମେସିନ୍ ସାହାଯ୍ୟ ରେ ଖୋଳା ଯାଇଥିବା ଗାତ ରେ ମୃତ୍ୟୁବରଣ କରିଥିବା ହାତୀ ଟି ର ଅନ୍ତିମ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି
