ତେବେ ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ କିଡ଼ନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ହୋଇଛି । ସୂଚନା ମୁତାବକ ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତପୁର ଅଞ୍ଚଳର ତନୁଜା କରଙ୍କ ବ୍ରେନ ଡେଡ୍ ହେବାରୁ ମଙ୍ଗଳବାର ପରଲୋକ ହୋଇଥିଲା । ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ନ୍ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା ଏବଂ ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡ଼ନୀ ଦାନ ପାଇଁ ଅନୁରୋଧ କରିଥିଲେ ।
ପରିବାର ଲୋକଙ୍କ ସମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡ଼ନୀ କଢ଼ାଯାଇ ଦୁଇ କିଡ଼ନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହି ଦୁଇଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟରଞ୍ଜନ ସାହୁ । ଆଲୋକଙ୍କ ଏହା ପ୍ରଥମ ଓ ସୂର୍ଯ୍ୟଙ୍କ ର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି । ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି । ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ 17 ଜଣ ମେଡିକାଲ ଟିମ ସହଯୋଗ କରିଥିଲେ ।
ଆହୁରି ଓଡିଶା ଖବର ପଢନ୍ତୁ