ଅଧିକ ପଢନ୍ତୁ ଓଡ଼ିଶା ଖବର
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ ହୋଇ କିଛି ଦିନ ରହିବା ପରେ ପ୍ରାଇଭେଟ୍ ହସ୍ପିଟାଲର ଦଲାଲଙ୍କ କବଳରେ ପଡ଼ି ଥିଲେ । ଏହାପରେ ଦଲାଲ ମାନେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଲାପ୍ରୋସ୍କୋପିକ ଅପରେସନ ବିଏସକେଓ୍ବାଆଇରେ ମାଗଣାରେ କରିଦେବେ ବୋଲି କହି ଚର୍ଚ୍ଚ ଛକ ନିକଟରେ ଥିବା କେଉଁଝର ହସ୍ପିଟାଲ ବା ପହି ନର୍ସିଂ ହୋମକୁ ଗତ ଶନିବାର ତଥା ସେପ୍ଟେମ୍ବର ୩୦ ତାରିଖ ରେ ନେଇ ଆଡ଼ମିଶନ କରାଇ ଦେଇଥିଲେ । ହେଲେ ଏଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳା ଜଣକ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତ ।
ଅପରେସନ ପୂର୍ବରୁ ଟେଷ୍ଟ ପାଇଁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ତଥା ବ୍ଲଡ଼ ଗୃପିଙ୍ଗ ଟେଷ୍ଟ କରିବା ଡାକ୍ତର ଜଣକ ଭୁଲି ଗଲେ । ମୃତକ ଜଣକ ନଳିନୀ ମହାନ୍ତଙ୍କ ସ୍ତ୍ରୀ ପୁଷ୍ପଲତା ମହାନ୍ତ ବାରିଆ ଥାନା ଅଧୀନସ୍ଥ ବୁଗୁଡ଼ା ଗ୍ରାମର । ମୃତକଙ୍କ ପରିବାର ଲୋକ କହିବା କଥା ସେ ଦଲାଲଙ୍କ କଥାରେ ଆମେ ଏହି ଘରୋଇ ହସ୍ପିଟାଲକୁ ଆଣିଥିଲୁ । ଗତକାଲି ଅପରେସନ ପରେ ରାତି ୧୧ଟା ରେ ହଟାତ AB-ve ବ୍ଲଡ଼ ଆଣିବାକୁ କହିଥିଲେ । ପରେ ମହିଳା ଜଣକ ଗୁରୁତ୍ଵର ହେବାରୁ ସଙ୍ଗେ ସଙ୍ଗେ କଟକ ନେବା ପାଇଁ କହିଥିଲେ । ଆଉ ଅଧ ବାଟରେ ଚାଲିଯାଇଥିଲା ଜୀବନ । ଆଉ ଏବେ ପରିବାର ଲୋକ ନର୍ସିଂ ହୋମ ସମ୍ମୁଖରେ ମୃତ ଦେହକୁ ରଖି ନର୍ସିଂ ହୋମ କତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।