କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଅନୁଗୋଳ: ତାଳଚେର ଥର୍ମାଲ ପ୍ଲାଣ୍ଟ ଶୀଘ୍ର ଖୋଲିବା ଦାବିରେ ଏସୟୁସିଆଇର ଗଣବିକ୍ଷୋଭ l ଟିଟିପିଏସକୁ ଶୀଘ୍ର ଚାଲୁ କରିବା ଦାବିରେ ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏସୟୁସିଆଇ ପକ୍ଷରୁ ଏକ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସଂଗଠନର କାର୍ଯ୍ୟକର୍ତ୍ତାମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ବନ୍ଦ ପଡ଼ିଥିବା ପ୍ଲାଣ୍ଟକୁ ପୁନଃ ଖୋଲିବା ଏବଂ ପ୍ରସ୍ତାବିତ ନୂଆ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ସପକ୍ଷରେ ଯୁକ୍ତି ବାଢିଥିଲେ l
ପ୍ଲାଣ୍ଟ ବନ୍ଦ ଯୋଗୁଁ ପ୍ରାୟ ୧୫ ଶହ ଠିକା କର୍ମଚାରୀ ଓ ପରୋକ୍ଷ ଭାବେ ୩0 ହଜାର ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସଙ୍ଗଠନର କାର୍ଯ୍ୟକର୍ତ୍ତା କହିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ତାଳଚେରରେ ରାଜନୈତିକ ଅବରୋଧ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।