ଏନେଇ ସେ ପୁରୀ ବେଳାଭୂମିରେ ବାଲୁକା କଳା କରିବା ସହ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଯଦି ଆମେ ଲକଡାଉନ ଭଳି ପରିସ୍ଥିତି ଉପୁଜିବାକୁ ନଦେବା ତାହା ହେଲେ ମାସ୍କ ପିନ୍ଧିବା ଜରୁରୀ । ତେଣୁ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ଜରୁରୀ । ସେଥପାଇଁ ସେ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।