ଅର୍ଗସ ବ୍ୟୁରୋ: ପ୍ରଧାମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧ୍ୟାନ ଅବସରରେ ଆଜି ଶ୍ରୀ ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ରୂପେ ଦାୟୀତ୍ଵ ଦେଇଛନ୍ତି। ଶ୍ରୀ ରାୟ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧକ୍ଷ ଭାବେ ସୁଚାରରୂପେ କାର୍ଯ୍ୟ ଭାର ତୁଲାଇଥିଲେ। ତାଙ୍କ ଅଧକ୍ଷତା ସମୟରେ ଚାଷୀ ମାନଙ୍କଠୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ ଆରମ୍ଭ କରାଯାଇଥିଲା।
ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ କାର୍ଯ୍ୟ ସହ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀ ବିଭିନ୍ନ ସଂଗଠନ ଦାୟୀତ୍ଵରେ କାର୍ଯ୍ୟ କରିବା ସହ ବର୍ତ୍ତମାନ ରାଜ୍ୟ ବିଜେପିର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି।
ସେ ଜଟଣୀ ବିଧାନସଭା ବିଜେପିର ପାର୍ଥି ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ ପ୍ରଧାନମନ୍ତ୍ରୀ ସମ୍ମାନୀୟ ଶ୍ରୀ ମୋଦି ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖରେ କୃତଜ୍ଞତା ଜଣାଇଛନ୍ତି।