ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ ଆଜୀବନ ସଜ୍ଜା ଭୋଗୁଥିବା ବନ୍ଦୀ ମୃତ । ମୃତ ବନ୍ଦୀ ଭିତରପଦ ଗାଁର କେଶବ କୁମୁରା । ୨୦୦୯ ମସିହା ନଭେମ୍ବର ୧୧ ତାରିଖଠୁ ହତ୍ୟା ମାମଲାରେ ବନ୍ଦୀ ଥିବାବେଳେ ୨୦୧୦ ମସିହା ଅକ୍ଟୋବର ୮ ତାରିଖରେ ଆଜୀବନ ସଜ୍ଜା ଦେଇଥିଲେ କୋର୍ଟ । ପାରାଲିସିସ ରୋଗରେ ପୀଡିତ ହୋଇ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ। କଟକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଆଡାହକ କୋର୍ଟ ଦେଲେ ଏହି ନିର୍ଦ୍ଦେଶ। ୨୦୧୯ ମସିହା ଡିସେମ୍ବର ମାସରେ କଟକ ମଧୁପାଟଣା ଥାନା ଅଂଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଅଭିଯୁକ୍ତ ଗୋପାଳ ସିଂ ବିରୋଧରେ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହ ୧୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ। ୬ ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଅଜା ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲା ଚାଇଲ୍ଡ ଲାଇନ। ତେବେ ପୋଲିସ ଏତଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକରେ ଗଛମୂଳେ ପାଠ ପଢ଼ିବା ଦୃଶ୍ୟ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ବିଦ୍ୟାଳୟରେ ଧାନ ଗୋଦାମରେ ପାଠ ପଢା ଦୃଶ୍ୟ ଏବେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକୁ ୫-ଟି ରେ ସାମିଲ କରି ରୂପାନ୍ତରିତ କରାଯାଉଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପରିବେଶ ସାଙ୍ଗକୁ ଉନ୍ନତ ପ୍ରଣାଳୀର ଶ୍ରେଣୀ ଗୃହ ଯୋଗାଇ ଦିଆଯାଉଛି। ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି ଆପଣଙ୍କୁ ବ୍ୟଥିତ କରିବ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ନିକଟସ୍ଥ ଏକ ଧାନ ଗୋଦାମ ଘରେ ତଳେ ବସି ତିନୋଟି ଶ୍ରେଣୀର ବାଳିକା ମାନେ ପାଠ ପଢୁଥିବା ଦୃଶ୍ୟ ଶିକ୍ଷା ବିଭାଗର କରୁଣ ଚିତ୍ର ପଦାରେ ପକାଇଛି।
୧୯୯୫ ମସିହାରୁ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୨୫ ଜଣ, ନବମ ଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୩୬ ଜଣ ବାଳିକା ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଓ ପାଞ୍ଚ ଜଣ ଶିକ୍ଷୟତ୍ରୀ ସମେତ କର୍ମଚାରୀ ଚାରି ଜଣ ରହିଛନ୍ତି।
ବିଦ୍ୟାଳୟ ରୂପାନ୍ତରିତ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ 'ମୋ ସ୍କୁଲ୍' ଯୋଜନାରେ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏବେ 'ଆମ ଓଡ଼ିଶା - ନବୀନ ଓଡ଼ିଶା ' ଯୋଜନାରେ ୨.୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ପୂର୍ବରୁ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ନୂତନ ଭାବେ ଅତିରିକ୍ତ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହେବା ପରେ ଏବେ ଦୁଇ ଶ୍ରେଣୀ ଗୃହ ରୂପାନ୍ତରିତ ଚାଲୁରହିଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୌ ନାହିଁ। ଫଳରେ ପାଞ୍ଚ ମାସ ହେବ ପାଠ ପଢା ଏଣେତେଣେ ବେସରକାରୀ ଘରେ ଚାଲୁରହିଛି।
ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ବେସରକାରୀ ଘରେ ପାଠପଢା ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଘର ମାଲିକ ମନା କରିଦେଲେ। ଏବେ ନିକଟସ୍ଥ ଏକ ଧାନ ଗୋଦାମ ଘରେ ଧାନ ମହଜୁଦ ଥାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ଚାଲୁ ରହିଛି। ଯାହାକି ଶିକ୍ଷାବିତ୍ ତଥା ଅଭିଭାବକ ମାନଙ୍କୁ ଆନ୍ଦୋଳିତ କରିଛି। ଅନ୍ୟପଟେ ରୂପାନ୍ତରିତ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ସଭ୍ୟ ଅଭୟ ବଳ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଶହଶହ କୋଟି ଟଙ୍କା ରେଡ ହେଉଛି । ଯୁଆଡେ ଦେଖିବେ ସିଆଡେ ପୁଳାପୁଳା ଟଙ୍କା ବାହାରୁଛି । ଗଣିଗଣି ହାତ ଦରଜ ହୋଇଗଲାଣି, ଏବେ ମେସିନରେ ଚାଲିଛି ଜବତ ଟଙ୍କାର ଗଣତି । କଂଗ୍ରେସ ସହ ବିଜେଡିର ମନ୍ତ୍ରୀ ଏବଂ ବିଧାୟକଙ୍କର ଲିଙ୍କକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଟଙ୍କା ଜବତ ହେବା ଖବର ମତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବଲାଙ୍ଗିରରେ ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି ? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେବଳ ଏତିକି ନୁହେଁ ବରଂ ଓଡ଼ିଶା ସମେତ ଦେଶର ଜନସାଧାରଣ #ModiKiGuarantee ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ତେବେ ଏଟଙ୍କା ଯଦି ସାଧାରଣ ଲୋକଙ୍କର ହୋଇଥିବ ତାହାଲେ ନିଶ୍ଚିତ ଫେରାଯିବ ଏହାହେଉଛି ମୋଦିଙ୍କର ପ୍ରତିଶ୍ରୁତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଏପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କର ସିବିଆଇ ଯାଞ୍ଚ ଦାବି କରିଛି ବିଜେପି । ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେଡି ? ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ।
ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ? ସାହୁ ବ୍ରଦର୍ସଙ୍କୁ କେମିତି ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେଡି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା।
ଅଧିକ ପଢ଼ନ୍ତୁ ରାଜନୀତି ଖବର