ଯେଉଁ ଚାଷୀ ମାନେ 20 ରୁ 25 ଏକର ଚାଷ କରୁଥିଲେ ସେମାନେ କେବଳ ପରମ୍ପରା ପାଇଁ ଗୋଟିଏ ରୁ ଦୁଇ ଏକ ଚାଷ କରୁଛନ୍ତି ।
ଅଧିକ ପଢନ୍ତୁ: ହ୍ରାସ ପାଉଛି ଆଖୁ ଉତ୍ପାଦନ, ବେକାର ବସିଛନ୍ତି କର୍ମଚାରୀ
ବସ୍ତା ବ୍ଲକରେ ଗିଲାଯୁଡ଼ି, ଆମ୍ବକୁଡ଼ୁଚି,ହାତୀ ମାରା, ମାଛ ରଙ୍କା, ମଧୂପୁରା, ଏମିତି ଅନେକ ଗାଁରେ ଶହ ଶହ ହେକ୍ଟର ଆଖୁ ଚାଷ ହେଉଥିଲେ ବର୍ତ୍ତମାନ ଗୋଟିଏ ରୁ ଦୁଇଟି ଗାଁ ଲୋକେ ଆଖୁ ଚାଷ କରୁଛନ୍ତି। ତା ଛଡ଼ା ବାହାର ରାଜ୍ୟର ଗୁଡ଼ ଆସି ଦେଶୀ ଗୁଡ଼ର ଚାହିଦା କମିଯାଉଛି। ବର୍ତ୍ତମାନ ଦେଶୀ ଗୁଡ଼ କିଲୋ ପିଛା 40 ରୁ 50 ଟଙ୍କା ରହିଛି। ଏହି ଗାଁ ରେ ବନ୍ୟା ଆସି ଆଖୁ ଚାଷ ନଷ୍ଟ କରିଦେଇଥିଲା ଯାହା ଫଳରେ ଆଖୁ ଯେଉଁ ପରିମାଣରେ ଚାଷ ହେବା କଥା ଆଉ ହେଉନି । ସେଥିଲାଗି ଆଖୁ ଚାଷ ଆଉ ହେଉନାହଁି। ଆଖୁ ଚାଷ କରି ଅନେକ ପରିବାର ବେଶ ଖୁସିରେ ରହୁଥିଲେ ମାତ୍ର ଏବେ ଆଖୁ ଚାଷ ରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଯଦି ଆଗାମୀ ଦିନରେ ସରକାର ଚାଷୀମାନଙ୍କୁ କିଛି ସହାୟତା ଯୋଗାଇ ଦେବେ ଚାଷୀ ମାନେ ଆଖୁ ଚାଷ ପୁଣି କରିପାରିବ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ