ଆଜି ସକାଳୁ ଭଉଣୀର ଦିଅର ଫୋନ କରି କହିଲା କି ତମ ଭଉଣୀ ଫ୍ୟାନରେ ଫାଶୀ ଲଗାଇଦେଇଛି କହି ଫୋନ କାଟି ଦେଇଥିଲା । ଖବର ପାଇଁ ଭଉଣୀର ଶଶୁର ଘରେ ପହଞ୍ଚି ଭଉଣୀର ଆଣ୍ଠୁ ଖଟ ଉପରେ ଲାଗିଛି କେମିତି ଫାଶୀ ଦେଇ ପାରିବ ବୋଲି ପ୍ରଶ୍ନ କରିଥିଲା ଭାଇ । ଭଉଣୀର ଶଶୁର ଘର ଲୋକମାନେ ଯୋଜନା କରି ମୋ ଭଉଣୀକୁ ଆଗ ମାରି ଫ୍ୟାନରେ ଟାଙ୍ଗୀ ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ଭଉଣୀର ମୃତ ଦେହକୁ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ରଖି କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ପୋଲିସର ବୁଝା ସୁଝା ପରେ ରାସ୍ତାରୁ ହଟି ଥିଲେ ପରିବାର ଲୋକମାନେ । ଏ ସମ୍ପର୍କରେ ତିହିଡି଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ପରିବାର ଲୋକମାନେ । ପୋଲିସ ଶାଶୁକୁ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ : ପୁଣି ଯୌତୁକ ଯୁଇରେ ଜଳିଲେ ନବବଧୂ । ଶଶୁର ଘର ଲୋକମାନେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ବାପ ଘର ଲୋକ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ କୋରୁଆ ଗ୍ରାମର ଅଧିର ନାୟକ ଝିଅ ବର୍ଷାରାଣୀ ନାୟକ ଗତ ୧୨. ୧୨ . ୨୦୨୧ ମସିହାରେ ବୈବାହିକ ରୀତିନୀତି ଅନୁଯାଇ ତିହିଡି଼ ଥାନା ଅଧିନସ୍ଥ ମିର୍ଜାପୁର ଅଞ୍ଚଳର ପ୍ରଭାତ ରାଉଳଙ୍କ ପୁଅ ପ୍ରକାଶ ରାଉଳଙ୍କୁ ବିବାହ କରିଥିଲେ । ଶଶୁର ଘର ପକ୍ଷରୁ ଯୌତୁକ ବାବଦକୁ ୧.୫ ଲକ୍ଷ ଟଙ୍କା ସହ ୧୨ ଭରି ସୁନାଗହଣା ଓ ବିଭିନ୍ନ ଆସବାପାତ୍ର ଦାବି କରିଥିଲେ । କିନ୍ତୁ ଝିଅ ଘର ପକ୍ଷରୁ ଯୌତୁକ ବାବଦ କୁ ୧ ଲକ୍ଷ୍ୟ ଟଙ୍କା ୧୦ ଭରି ସୁନା ଗହଣା ଦେବା ସହ ଅନ୍ୟାନ୍ୟ ଆସବପାତ୍ର ଦେଇଥିଲେ । ଯୌତୁକ ବାବଦ ଆଉ 50 ହଜାର ଟଙ୍କା ଆଣିବା ପାଇଁ ଝିଅକୁ ମାନସିକ ଯନ୍ତ୍ରଣା ଶଶୁର ଘର ଲୋକମାନେ ଦେଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ।

