ଘଟଣାକ୍ରମ ଏଭଳି ଥିଲା..
ଦରମା ନ ମିଳିବାରୁ କିରାସିନ ଢ଼ାଳି ଆତ୍ମାହୁତୀ ଉଦ୍ୟମ । ୫ ବର୍ଷ ଧରି ଟଙ୍କା ନ ମିଳିବାରୁ ଶେଷରେ ଜଳସେଚନ ବିଭାଗ ଅଫିସ ଆଗରେ ଜୀବନ ହାରିବାକୁ ଉଦ୍ୟମ । ଏଭଳି ଘଟଣା ଘଟିଛି ବାସୁଦେବପୁର ଜଳସେଚନ ବିଭାଗ କାର୍ୟ୍ୟାଳୟ ଆଗରେ । ଆତ୍ମାହୁତୀ ଉଦ୍ୟମ କରିଥିବା ବ୍ୟକ୍ତି ହେଲେ ବାସୁଦେବପୁର ପୌରପାଳିକା ମନ୍ଦାରି ଗାଁର ଦିବାକର ଦାସ । ସୂଚନା ଅନୁସାରେ ଦିବାକର ଜଳସେଚନ ବିଭାଗରେ ୧୯୮୩ ମସିହାରେ ଚାକିରି କରିଥିଲେ । ୧୯୮୬ରେ ତାଙ୍କର ଏନାମାର ପୋଷ୍ଟରେ ପୋଷ୍ଟିଂଗ ହେଲା । କିନ୍ତୁ ସେ କାମ କରୁଥିଲେ ମଧ୍ୟ ତାଙ୍କୁ ମିଳୁ ନ ଥିଲା ଦରମା । ଏହାର ବିରୋଧରେ ୧୮୮୯ ମସିହାରେ ସେ କୋର୍ଟର ଦ୍ବାରସ୍ତ ହେଲେ । କୋର୍ଟର ନିର୍ଦ୍ଦେଶ ପରେ ତାଙ୍କୁ ୨୦୦୩ରେ ୯୯ ହଜାର ଟଙ୍କା କୋର୍ଟ ମାଧ୍ୟମରେ ଦିଆଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ତାଙ୍କୁ ୫୭ମାସ ଧରି ଦରମା ପ୍ରଦାନ ଦିଆଯାଇନି ।
ଫଳରେ ନିଜ ଦରମା ପାଇଁ ଅନେକ ସମୟରେ ଧାରଣା ଦେବା ସହ ଅନଶନ କରିଥିଲେ । ସେତେବେଳେ ବିଭାଗ ପକ୍ଷରୁ ମିଳିଥିଲା, ଖୁବଶୀଘ୍ର ଦରମା ପ୍ରଦାନ ପାଇଁ ପ୍ରତିଶ୍ରୁତି । କିନ୍ତୁ ଆଜି ପର୍ୟ୍ୟନ୍ତ ତାଙ୍କୁ ତାଙ୍କର ଦରମା ଦିଆଯାଇନି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ଦିବାକର ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।