ଆବଶ୍ୟକ ସ୍ଥଳେ ରୋଗୀ ଓଡ଼ିଶା ବାହାରକୁ ଯାଇ ଚିକିତ୍ସିତ ହେଉଥିଲେ । ଆଉଟିକ ରୋଗ ହେଲେ ହାର୍ଟ ରୁ ଯେଉଁ ଶିର ବାହାରି ଅନ୍ୟ ଅଙ୍ଗକୁ ରକ୍ତ ପଠାଇ ଥାଏ ତାହା କିଛି ସ୍ଥାନରେ ଫାଟି ଯାଇଥାଏ । ତେଣୁ ସବୁ ଅଙ୍ଗକୁ ସେହି ଶିର ଜରିଆରେ ଠିକ୍ ରେ ରକ୍ତ ପହଞ୍ଚି ପାରେ ନାହିଁ । ରକ୍ତ ନ ପହଞ୍ଚିବାରୁ କିଡନୀ, ହାର୍ଟ, ଫୁସଫୁସ୍ କାମ କରେ ନାହିଁ । ଯେଉଁଠି ଫାଟି ଥାଏ ସେଠୀ କ୍ଲଟିଂ ହୁଏ । ଠିକ୍ ସମୟରେ ଚିକିତ୍ସା ନହେଲେ ରୋଗୀ ହଠାତ୍ ମୃତ୍ୟୁ ବରଣ କରେ । ଯଦି ୧୦୦ ଜଣ ଆଉଟିକ ରୋଗୀ ଥାନ୍ତି ଆଉ ତାଙ୍କୁ ସପ୍ତାହେ ଭିତରେ ଚିକିତ୍ସା କରା ନଯାଏ ତେବେ ସପ୍ତାହେ ଭିତରେ ୬୩ ଜଣ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ୨ ସପ୍ତାହେ ଭିତରେ ୭୪ ଲୋକ ମୃତ୍ୟୁ ବରଣ କରନ୍ତି । ଏହା ବହୁ କଠିନ ସର୍ଜରୀ।
ଦେବଗଡ଼ ଜିଲ୍ଲା ର ଅନାଦି ଚରଣ ସାହୁ । ବୟସ ୨୬ ବର୍ଷ । ତାଳଚେର ର ବିଶ୍ୱଜିତ୍ ବେହେରା । ବୟସ ୨୨ ବର୍ଷ । ଉଭୟଙ୍କ ଲକ୍ଷଣ ପ୍ରାୟତଃ ସମାନ ଥିଲା। ଏମାନେ ଅନ୍ୟ ହସ୍ପିଟାଲ ରୁ ନିରାଶ ହୋଇ ଫେରିଥିଲେ । ଶେଷରେ ସମ୍ କୁ ଆସିଥିଲେ । ଏହି ଦୁଇ ଜଣ ରୋଗୀ ସର୍ଜରୀ ଦ୍ଵାରା ଭଲ ହୋଇଛନ୍ତି । ଏହି ଦୁଇ ରୋଗୀ ଙ୍କର ଚେଷ୍ଟ ପେନ୍ ହେଇଥିଲା, ପେଟ ଧଡ ଧଡ୍ ହେବା, ଥକ୍କା ଲାଗୁଥିଲା । ସବୁଠୁ ବଡ଼ କଥା ହେଲା ରାଜ୍ୟ ସରକାର ଙ୍କ ବିଜୁ କୃଷକ କଲ୍ୟାଣ କାର୍ଡ ଜରିଆରେ ଉଭୟଙ୍କ ସର୍ଜରୀ ହୋଇଛି । ୪-୫ ଲକ୍ଷ ଟଙ୍କା ଭିତରେ ସମ୍ ରେ ହୋଇ ପାରିଛି ।
ଏହା ରାଜ୍ୟରେ ପ୍ରଥମ କେସ । ଅନାଦି। ଯଦି ବାହାର ହସ୍ପିଟାଲ କିମ୍ୱା ବିନା ବିଜୁ କୃଷକ କାର୍ଡ ରେ ସର୍ଜରୀ ହୋଇଥିଲେ ୫୦ ଲକ୍ଷ ଟଙ୍କା ଲାଗି ଥାନ୍ତା । ନୂଆ ଜୀବନ ପାଇ ଥିବାରୁ ସମ୍ ଡାକ୍ତରୀ ଟିମ୍ କୁ ଧନ୍ୟବାଦ୍ ଦେଇଛନ୍ତି ଉଭୟ ରୋଗୀ । ଉଭୟଙ୍କ ସର୍ଜରୀ ପାଇଁ ୧୫ ଘଣ୍ଟା ପାଖାପାଖି ସମୟ ଲାଗିଥିଲା । ଉଭୟ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଜୀବନ ବିତାଉଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ