ହକ୍ ପାଇଁ ଏବେ କୋର୍ଟଙ୍କ ନିଷ୍ପତ୍ତିକୁ ହିଁ ଅପେକ୍ଷା। ଏହା କେବଳ ଡ଼ିମ୍ପଲ କି ସୁମିତ ଭାବୁଛନ୍ତି ତାହା ନୁହେଁ ସମଗ୍ର ଓଡ଼ିଶାବାସୀ ବି ଏହି ଆଶାରେ ଅଛନ୍ତି।
୪୩ ଦିନ ହେବ ଧାରଣରେ ତପସ୍ଵିନୀ। ନିଜ ହକ ପାଇଁ ଜାରି ରହିଛି ତାଙ୍କର ଚେଷ୍ଟା ପ୍ରଚେଷ୍ଠା ସବୁ କିଛି। ତାଙ୍କର କେବଳ ଦରକାର ମନର ମଣିଷ ସୁମିତ। ଆଉ ଶଙ୍ଖା, ସିନ୍ଦୁରକୁ ପାଇବା ପାଇଁ ସବୁଦିନ ଜାରି ରହିଛି ସଂଘର୍ଷ। ବର୍ଷା ହେଉ ବା ଶୀତ କାକର ସେମିତି ଘର ବାରଣ୍ଡାରେ ପଡ଼ି ରହିଛନ୍ତି ଡ଼ିମ୍ପଲ। ପାଖରେ ତାଙ୍କର ପ୍ରମିଳା ମାଆ। ଆଉ ସେ ବି ଝିଅ ପାଇଁ ଦିନ ରାତି ଏକ କରି ଦେଇଛନ୍ତି। ସୁମିତଙ୍କ ମନ ପରିବର୍ତ୍ତନ ହେଲେ, ସେ କ’ଣ ତପସ୍ଵିନୀଙ୍କୁ ନିଜର କରିବେ। ଏହାରି ଭିତରେ କାଲି ଆସୁଛି କୋର୍ଟଙ୍କ ନିର୍ଣ୍ଣାୟକ ରାୟ। ଡ଼ିସେମ୍ବର ୨୭ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖି ଜାନୁଆରୀ ୪ରେ ରାୟ ପ୍ରକାଶ ପାଇବ ବୋଲି କହିଥିଲେ କୋର୍ଟ।
ପୂର୍ବରୁ ନ୍ୟାୟ ପାଇବାକୁ ରାଜ୍ୟପାଳଙ୍କ ନିକଟକୁ ବି ପତ୍ର ଲେଖିଥିଲେ ତପସ୍ୱିନୀ । ଏହି ମାମଲାରେ ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ବି ଜାରି କରାଯାଇଥିଲା। ଧାରଣା ଦେବା ପୂର୍ବରୁ ତପସ୍ୱିନୀ ଦାଶ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ , ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଥିଲେ।
ତେବେ ନୂଆବର୍ଷ ସମ୍ପର୍କରେ କ’ଣ ନୂଆମୋଡ଼ ଆସୁଛି ତାହା ଦେଖିବାକୁ ରହିଲା।