ଏହା ଏକ ସାଙ୍ଘାତିକ ରୋଗ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ଏହି ରୋଗର ଲକ୍ଷଣ ହେଉଛି ଦୁର୍ବଳ ଲାଗିବା, ଚିଡି ଚିଡା ଅନୁଭବ ହେବା, ଥକାପଣ ଆଦି । ଏହି ରୋଗ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ବେଳେ ସ୍ନାୟୁକୁ ମଧ୍ୟ ଦୁର୍ବଳ କରିଦେଉଛି । ଶରୀରରେ ଜଳୀୟ ଅଂଶ କମିବା ଯୋଗୁଁ ଏଭଳି କିଛି ହେଉଛି । ଉତାପ ସୂର୍ଯ୍ୟକିରଣ ଯୋଗୁଁ ଚର୍ମ ଜନିତ ସମସ୍ୟା ମଧ୍ୟ ଦେଖାଗଲାଣି ।
ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଗୁଳୁଗୁଳି ଅନୁଭୂତ ହେବ ସ୍ୱାଭାବିକ । କିନ୍ତୁ ଏହି ରୋଗ ଯେଉଁ ବ୍ୟକ୍ତିମାନଙ୍କୁ ହେଉଛି ସେମାନଙ୍କୁ ଖରାରେ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୁର୍ଯ୍ୟ ପ୍ରକାଶ ଚୌଧୁରୀ । ତାଙ୍କ କହିବା ଅନୁସାରେ ଯେଉଁ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି ସେମନେ ପ୍ରଚୁର ପାଣି ପିଇବା ସହ ଖରାରେ ଅତି ଜରୁରୀ କାମ ନଥିଲେ କୁଆଡେ ବାହାରକୁ ଯାଆନ୍ତୁ ନାହିଁ । ଖରା ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।