ସେହିଭଳି ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ହୋଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସମ୍ଭାବ୍ୟ ହିଟ ୱେଭକୁ ପ୍ରତିହତ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କୌଣସି ପ୍ରକାର ଆତଙ୍କିତ ନହୋଇ ସଚେତନ ରହିବାକୁ ମେୟର ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି ।
ହିଟ ୱେଭ ପାଇଁ ନଳକୂପ ମରାମତି, ୱାଟର ଏ ଟି ଏମ ଗୁଡିକୁ ସଚଳ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ସେଥିରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା, ଅଂଶୁଘାତ ଜନିତ ସମସ୍ୟାକୁ ରୋକିବା ପାଇଁ ସମସ୍ତ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ସହ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସେହିଭଳି ସମସ୍ତ ବିଭାଗକୁ 8 ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମେୟର ।