ଅଂଶୁଘାତକୁ ଦୃଷ୍ଟିରେ ରଖି ଗ୍ରୀଷ୍ମରୁତୁରେ ଅଧିକ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଟାଣ ଖରା ସମୟରେ ଦିନ ସାଢେ ୧୧ଟାରୁ ୩ଟା ବାହରନ୍ତୁ ନାହିଁ । ଯଦି କୌଣସି ଜରୁରୀକାମ ପଡେ ତେବେ ପ୍ରଚୁର ପରିମାଣରେ ପାଣି, କିମ୍ବା ଓଆରଏସ ପିଇ ଘରୁ ବାହାରିବେ ।
ଘରରୁ ବାହାରିବା ସମୟରେ ଟୋପି, ଛତା, ଚଷମା ପିନ୍ଧିବେ । ଯଦି କେଉଁଠି ମୁଣ୍ଡ ବୁଲାଇବା କି ଦେହ ହାତ ଝିମ ଝିମ ହେଲେ ସଂଙ୍ଗେ ସଂଙ୍ଗେ ଛାୟୀ ସ୍ଥାନ ଦେଖି ବିଶ୍ରାମ ନେବେ । ଭେଣ୍ଟିଲେସନ ନଥିବା ଘରେ ବୟସ୍କ ଲୋକ କିମ୍ୱା ଛୋଟ ପିଲା ରହିଲେ ମଧ୍ୟ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ସେ ସବୁକୁ ଅଧିକ ସାବଧନତା ଓ ସଚେତନ ରହିବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।