ପ୍ରତିଦିନ ତାପମାତ୍ରା ବଢି ବଢି ଚାଲିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ବିଦ୍ଧିବଧ ଭାବରେ ସରକାର ଘୋଷଣା କରିବେ ।
ପୂର୍ବରୁ ତାପମାତ୍ରାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ରାଜ୍ୟରେ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ସରକାର । ପୁନଶ୍ଚ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବାର ରିପୋର୍ଟ ଆସିବା ପରେ ୧୯, ଏବଂ ୨୦ ତାରିଖ ୨ ଦିନ ଛୁଟି ରହିଥିଲା ସ୍କୁଲ ।
ଚଳିତ ବର୍ଷ ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିଲା ସକାଳୁଆ ସ୍କୁଲ । ସକାଳ ୬:୩୦ରୁ ୧୧: ୩୦ ପର୍ଯ୍ୟନ୍ତ କ୍ଲାସ ହେଉଥିଲା । ଆବଶ୍ୟକ ସ୍ଥଳେ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଆହୁରି ପଢନ୍ତୁ ଓଡିଶା ଖବର...