ଯାଜପୁର: ହସୁଛି ସୂର୍ଯ୍ୟମୁଖୀ...ହସୁଛି ଚାଷୀ...
ହସୁଛି କ୍ଷେତ । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ବାଙ୍ଗରକୋଟା ପଞ୍ଚାୟତ ବାଙ୍ଗରକୋଟା ଗାଁର । ସବୁଜ କ୍ଷେତ ଓ ପବନରେ ଢେଉ ଖେଳୁଥିବା ହଳଦି ରଙ୍ଗର ଫୁଲ ସୂର୍ଯ୍ୟମୁଖୀ । ଦେଖଣା ହାରୀଙ୍କ ମନ ମୋହୁଛି । ଏହି ଦୃଶ୍ୟ ଏତେ ସୁନ୍ଦର ହୋଇଛି ଯେ ଗାଁ ଦେଇ ଯାଉଥିବା ପଥଚାରୀ ଟିକିଏ ଅଟକି ଯାଇ ଫଟୋ ଉଠାଇବା ସହ ସେଲ୍ପି ନେବାକୁ ଭୁଲୁ ନାହାଁନ୍ତି । ମୁରଲୀଧର ବଳ ଙ୍କ ପୁଅ ଅଭିମନ୍ୟୁ ବଳ ଓ ରବିନ୍ଦ୍ର ବଳ ସେମାନଙ୍କ ର ୩ ଏକର ଜାଗାରେ ଏହି ତୈଳ ବୀଜ ଚାଷ କରିଛନ୍ତି। ପାରମ୍ପରିକ ଭାବେ ସେମାନେ ବର୍ଷକୁ ଥରେ ମାତ୍ର ଧାନଚାଷ କରି ଜୀବାକା ନିର୍ବାହ କରୁଥିଲେ । କଳା ମାଟିରେ ସୂର୍ଯ୍ୟମୁଖୀ ଚାଷ ଭଲ ହେଉଥିବାରୁ ଏହା ଉପରେ ଚଳିତବର୍ଷ ପ୍ରଥମ କରି ସେମାନେ ଏହି ଚାଷ କରିଛନ୍ତି । ନିଜସ୍ୱ ଉଦ୍ୟମରେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଜଳସେଚନ କରିଛନ୍ତି।
ଗଛକୁ ଗଛର ବ୍ୟବଧାନ ପାଖାପାଖି ଦେଢ଼ ଫୁଟ୍ ରହିଛି । ଏକ ଏକର ଜମିରୁ ପ୍ରାୟ ୪ କୁଣ୍ଟାଲ ମଞ୍ଜି ଅମଳ ଏବ ବୋଲି ସେମାନେ ଆଶା ରଖିଛନ୍ତି। ସଂପ୍ରତି ବଜାରରେ ସୂର୍ଯ୍ୟ ମୁଖୀ ମଞ୍ଜି ବଜାର ଦର କୁଣ୍ଟାଲ ପିଛା ୧୩ ହଜାର ଟଙ୍କା ରହିଥିବାରୁ ଭଲ ଲାଭ ପାଇବେ ବୋଲି ଏହି ଦୁଇ ଭାଇ ଆଶା ରଖିଛନ୍ତି। ସାଧାରଣତଃ ସୂର୍ଯ୍ୟ ମୁଖୀ ଚାଷ ଜାନୁଆରୀ ମାସରେ କରାଯାଇ ପାଖାପାଖି ୧୨୦ ଦିନର ବ୍ୟବଧାନ ପରେ ଅମଳ କରାଯାଇଥାଏ।
ଅଭିମନ୍ୟୁ ବଳ ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ କେବେ ସରକାର ଅଭିମନ୍ୟୁ ବଳ ଙ୍କ ପ୍ରତି ଦୃଷ୍ଟି ଦେବେ ଅଭିମନ୍ୟୁ ଅଧିକ ରୁ ଅଧିକ ଲାଭବାନ ହେଇ ଅନେକ ଲୋକଙ୍କ ଜୀବନ ବଂଚାଇ ବ ତାହା ଦେଖିବାକୁ ବାକି ରହିଲା।
ଆହୁରି ଓଡିଶା ଖବର ପଢନ୍ତୁ