୨୦୨୪ ବିଜୟ ପାଇଁ ହେବ ରଣନୀତି ପ୍ରସ୍ତୁତ। ତେଣୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ କର୍ମକର୍ତ୍ତାଙ୍କ ସହ ମାରାଥନ ବୈଠକ କରୁଛନ୍ତି। ଏହି ବୈଠକରେ ସୁନୀଲ ବଂଶଲ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି ଏବଂ ବିଭିନ୍ନ ଛାମୁଆ ସଂଗଠନ ଆଲୋଚନା କରିବେ। ବୁଥ ସ୍ତରରେ କେମିତି ଦଳ ମଜବୁତ ହେବ ସେନେଇ ସେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବା ସହିତ ଉତ୍ସାହ ଭରିବେ। ଏହି ବୈଠକରେ ବ୍ୟାପକ ମାତ୍ରାରେ ସାଙ୍ଗଠନିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିଚାର ବିମର୍ଶ କରାଯିବ।
ତାଙ୍କ ଠାରୁ ମିଳୁଥିବା ଟିପ୍ସ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଗଠନ କରିବା ଦିଗରେ ସହାୟକ ହେବ । ଉତ୍ତର ପ୍ରଦେଶରେ ସୁନୀଲ ପ୍ରଭାରୀ ଦାୟିତ୍ବରେ ଥିବା ବେଳେ ଦଳକୁ ଅଭୁତ୍ତପୂର୍ବ ସଫଳତା ମିଳିଛି।ବିଜେଡିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେପି । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ଓଡିଶା ଆସିଛନ୍ତି ଓଡିଶା ପ୍ରଭାରୀ ସୁନିଲ ବଂଶଲ । ଓଡିଶାରେ ପହଞ୍ଚି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ ସୁନିଲ ବଂଶଲ ।
କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ୨୦୨୪ ରଣନୀତି ପ୍ରସ୍ତୁତ ପାଇଁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଛନ୍ତି ସୁନୀଲ ବଂଶଲ । ଆଉ ତା ସହିତ ରାଜ୍ୟ ବିଜେପି ପାଇଁ ନେଇ ଆସିଛନ୍ତି ରାଜନୈତିକ ରୋଡମ୍ୟାପ । ଦୁଇଦିନିଆ ଗସ୍ତରେ ସେ ଏହି ରୋଡମ୍ୟାପ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ରାଜନୀତି ଖବର ଆହୁରି ପଢନ୍ତୁ ।