ଦିନିକିଆ ନୂଆପଡ଼ା ଗସ୍ତରେ ଆସି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଳ କରିଛନ୍ତି ମାଓ ସ୍ଥିତି ସମୀକ୍ଷା ଏବଂ ଜିଲ୍ଲା ମୁଖ୍ୟାଳୟରେ ସମସ୍ତ ଅଧିକାରୀ ଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ କରିଛନ୍ତି ଆଲୋଚନା ।ଏବଂ ସିଧା ସିଧା କହିଛନ୍ତି ଏଥର ମାଓବାଦୀ ଙ୍କୁ ଆଉ ତ୍ରାହି ନାହିଁ ।ମାଓ ଦମନ ପାଇଁ ଅଣ୍ଟା ଭିଡ଼ି କରୁଛନ୍ତି ଟାସ୍କ ଫୋର୍ସ ଗଠନ । ପୋଲିସ ମୁଖ୍ୟାଳୟ ପରିସରରେ ନିର୍ମିତ ଏକ କୋଟି ଛତିଶ ଲକ୍ଷ୍ୟ ଟଙ୍କା ରେ ନିର୍ମିତ ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ର ର ଉଦଘାଟନ କରିଥିବା ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ପୋଲିସ ମହା ନିର୍ଦ୍ଦେଶକ ।
ପଡୋଶୀ ଛତିଶଗଡ଼ ସୀମାନ୍ତରେ ରହିଥିବାରୁ ଆଗକୁ ଦୁଇ ରାଜ୍ୟ ମଧ୍ୟରେ ଯୋଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ। ସିଆରପିଏଫ୍ ଏବଂ DVF ଏବଂ ଛତିଶଗଡ଼ ସୀମାନ୍ତରେ ଥିବା ପୋଲିସ ଅଧିକାରୀ ମାନେ ଟିମ୍ ରେ ରହିବେ ବୋଲି କହିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଳ । ସେହିପରି ମାଓବାଦୀ ମାନେ ବର୍ତ୍ତମାନ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କରିଛନ୍ତି ଆହ୍ଵାନ ।
ନୂଆପଡ଼ା ଜିଲ୍ଲା ହେଉଛି ମାଓ ପ୍ରବଣ ଜିଲ୍ଲା ।ପଡୋଶୀ ଛତିଶଗଡ଼ ସୀମାନ୍ତରେ ଥିବାରୁ ମାଓବାଦୀ ମାନଙ୍କ ପାଇଁ ଏହି ଜିଲ୍ଲା ବେଶ୍ ଅନୁକୂଳ ରହୁଛି ।ଦୁଇ ଶହ ପାଞ୍ଚ କିଲୋମିଟର ଜଙ୍ଗଲ ଛତିଶଗଡ଼ ରେ ଲାଗିଥିବାରୁ ସବୁବେଳେ ମାଓବାଦୀ ମାନେ ବର୍ବରତା କରି ଲୁଚିବାରେ ସଫଳ ହେଉଛନ୍ତି ।କିଛି ଦିନ ପୂର୍ବରୁ ତିନି ଜଣ ଯବାନ କୁ ମୋଟାର ସାହାଯ୍ୟ ରେ ମାରି ଥିବା ବେଳେ ଆଗକୁ ଶହୀଦ ସପ୍ତାହ ଥିବାରୁ ପୋଲିସ କୁ ଚାଲେଞ୍ଜ ରହିଛି ।ତଥ୍ୟ ଅନୁସାରେ ଶିଳ୍ପ ବିହୀନ ବଣ ପାହାଡ ଘେରା ଦୁର୍ଗମ ନୂଆପଡ଼ା ଜିଲ୍ଲା କୁ ମାଓବାଦୀ ମାନେ 2009 ମସିହାରେ ଆସିଥିଲେ ।
ସେହି ଦିନଠାରୁ ଏହି ଜିଲ୍ଲା ମାଓପ୍ରବଣ ଜିଲ୍ଲା ଭାବରେ ଗଣିତ ହେଲା ।ବର୍ତ୍ତମାନ ସୁଦ୍ଧା 14 ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ବେଳେ ପନ୍ଦର ଜଣ ପୋଲିସ କୁ ହତ୍ୟା କରିଥିବା ସୂଚନା ରହିଛି ।ଅନ୍ୟପଟେ ପୋଲିସ ଯବାନ ମାନେ ଜଣେ ମାଓବାଦୀ କୁ ମାରିଥିବା ବେଳେ ଆଠ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି ।
ତେବେ କିଛି ଦିନର ନୀରବତା ପରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଦେଖାଇବା ସହ ଆଗକୁ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ସୂଚନା ଅନେକ ସମୟରେ ମିଳିଛି ।ଅନ୍ୟପଟେ ଆମେ ସମସ୍ତ ପ୍ରକାର ପରିସ୍ଥିତି କୁ ସାମନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ୍ ।
ନୂଆପଡ଼ା ଭଳି ଦୁର୍ଗମ ଅଞ୍ଚଳରେ ମାଓ ଗତିବିଧି ବଢୁଥିବାରୁ ସରକାରୀ କର୍ମଚାରୀ ଏବଂ ରାଜନେତା ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଗକୁ ଠିକ୍ ସମୟରେ ଯଦି ପୋଲିସ କୁମ୍ବୀ କରିବା ସହ ସତର୍କ ନହେଲେ ବଡ଼ ଧରଣର ଅଘଟଣ ଯେ ନହେବ ଏହାକୁ ଏଡାଇ ଦିଆଯାଇନପାରେ ।