ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଂଯୁକ୍ତାଙ୍କର ପାଟିରେ ଘା ହୋଇଥିଲା । ତେବେ ପରିବାର ଲୋକେ ସଂଯୁକ୍ତାଙ୍କର ଟ୍ରିଟମେଣ୍ଟ କରାଉଥିଲେ ମଧ୍ୟ ସେ ସୁସ୍ଥ ହୋଇନଥିଲେ । ଶେଷରେ ସଂଯୁକ୍ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସଂଯୁକ୍ତାଙ୍କୁ ବସନ୍ତ ହୋଇଥିବା ପ୍ରଚାର ହେବା ସହ ଶବ ସତ୍କାର ପାଇଁ କେହି ଆସିନଥିଲେ । ଶେଷରେ ନିଜ ଦୁଇ ପୁତୁରାଙ୍କ ସହାୟତାରେ ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲ ବାପା ।