ଯାହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ । ଭୁବନେଶ୍ବର ଲୋୟର ପିଏମ୍ଜିରେ କରିଛନ୍ତି ବିକ୍ଷୋଭ । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ରାଜ୍ୟର ସ୍କୁଲଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସରେ ପ୍ରତି ୧୦ ପିଲାରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଏବଂ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ପ୍ରତି ୧୫ ଜଣ ପିଲାମାନଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତି ହେବା ଆବଶ୍ୟକ । ଯାହା ରାଜ୍ୟରେ ଫେଲ୍ ମାରିଛି ।
ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଦର୍ଶାଉଛି, ଆବଶ୍ୟକ ସ୍ଥଳେ ରାଜ୍ୟର ସ୍କୁଲଗୁଡ଼ିକରେ ଜଣେ ସ୍ବତନ୍ତ୍ର ଭିନ୍ନକ୍ଷମ ଛାତ୍ର କିମ୍ବା ଛାତ୍ରୀ ପାଇଁ ଜଣେ ମଧ୍ୟ ଶିକ୍ଷକ ନିଯୁକ୍ତି ହୋଇପାରିବେ । ତେଣୁ ଏଭଳି ସ୍ଥଳେ ସରକାର କାହିଁକି ଶିକ୍ଷିତ ସ୍ବତନ୍ତ୍ର ପାଠ୍ୟକ୍ରମ ଶେଷ କରି ଘରେ ବସିଥିବା ବେକାରୀ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । କେବଳ ଯୋଜନାରେ ରହିଯାଇଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯୋଜନା । କେବେ ଏ ଆଶାୟୀ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ ତାହା ଦେଖିବାକୁ ବାକି ରହିଲା ।