ତାଙ୍କ କହିବା କଥା ରାନୀ ଜଣେ ଏ କ୍ଲାସର କଳାକାର। ତେଣୁ ତାଙ୍କୁ ଗୋଟେ ଏ କ୍ଲାସର ସ୍ବାମୀ ମିଳିବା ଦରକାର । ସେ ହାତକୁ ଦି’ ହାତ ହେଇଗଲେ କଥା ସରିଲା। ଏମିତି କଛି କହି ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଉତ୍ସାହିତ କରିଛନ୍ତି ବିଧାୟକ ସୁର ରାଉତରାୟ।
ହେଲେ ରାନୀ କହିଛନ୍ତି ତାଙ୍କୁ କୁଆଡେ ତାଙ୍କ ପସନ୍ଦର ସ୍ବାମୀ ମିଳିବା କଷ୍ଟ। କଥାରେ କଥାରେ ମନକଥା କହିଛନ୍ତି ରାନୀ ‘ମତେ ମ୍ୟାଚ କଲା ଭଳି ମଣିଷ ଥିଲେ ସ୍ବର୍ଗତ ପ୍ରଦୀପ ମହାରଥୀ, ଆଉ ଏବେ କ’ଣ ସିଏ ଫେରିବେ’ ?
ଆଜି ରାନୀ ଆଉ ସୁର, ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଶାଢି ଓ ଫଳମୂଳ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଏତିକିବେଳେ ତାଙ୍କ ଗଣମାଧ୍ୟମର ବନ୍ଧୁମାନେ କିଛି ପ୍ରଶ୍ନ କରିଥିଲେ। ଆଉ ଏତିକିବେଳା ଉତ୍ତରରେ ଏମିତି କଥା ଶୁଣିବାକୁ ମିଳିଥିଲା।