ଭୁବନେଶ୍ୱର: ଇଡକୋ ନାଁରେ ସଙ୍ଗୀନ ଅଭିଯୋଗ । ଜଟଣୀରେ ଇଡକୋ କରିଛି 10 ହଜାର କୋଟି ଟଙ୍କାର ଘୋଟାଲା । ଏକର ଜମିର ମୂଲ୍ୟ 5 କୋଟି ଥିବା ବେଳେ ଲୋକଙ୍କୁ ମିଳିଛି ମାତ୍ର 5 ଲକ୍ଷ ଟଙ୍କା । ପ୍ରେସମିଟ କରି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଧାୟକ ସୁରେଶ ରାଉତରାୟ । ଜଟଣୀରେ ବେଆଇନ ଭାବେ 1 ଲକ୍ଷ 72 ହଜାର ଲୋକଙ୍କ ଜମି ଯାଇଛି । ଲିଖିତ ନିର୍ଦ୍ଦେଶ ନ ଥାଇ ବି ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାଁରେ କରାଯାଇଛି ।
ସୁର କହିଛନ୍ତି, ରାଜ୍ୟ ସରକାର ଫେବ୍ରୁଆରୀ 20 ଯାଏ ସମୟ ମାଗିଛନ୍ତି । ଏହାପରେ ସମସ୍ୟାର ସମାଧାନ ନ ହେଲେ ମାର୍ଚ୍ଚ 1ରେ ବିଧାନସଭା ଘେରିବାକୁ ଚେତାବନୀ ଦେଇଛନ୍ତି । ପ୍ରେସମିଟରେ ଜଣେ ସେଟଲମେଣ୍ଟ ଅଫିସର ଓ ଅଣଓଡ଼ିଆ ଅଫିସର ତାରା ଦତ୍ତଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ । 2012 କୌଣସି ଲିଖିତ ଅର୍ଡର ନ ଥିଲେ ବି ଜୋର୍କରି ଏ ନିର୍ଦ୍ଦେଶ ଦେଇଥିଲେ । 9 ବର୍ଷ ହେଲା ଜମି ଖରିଦ ବିକ୍ରି ହୋଇପାରୁନି ।