ସେ ଆହୁରି କହିଛନ୍ତି ଯେ, ଲୋକସେବା ଭବନ, ରେଲୱ ଷ୍ଟେସନ, ବିଧାନସଭା ସାମ୍ନା, ଭୁବନେଶ୍ଵରର ହାର୍ଟରେ ଘୋ଼ଡାଟି ରହିବ ବୋଲି ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବଙ୍କୁ ବି ସେ ଧନ୍ୟବାଦ ଦେଇଛନ୍ତି।
ସରକାର ଯେତେବେଳେ ଘୋଡା ଉଠାଇବା ନିଷ୍ପତ୍ତି ନେଇଥିଲେ, ଚାରିଆଡୁ ବିରୋଧ କରାଯାଇଥିଲା। ସେହି ଘୋଡା ମୂର୍ତ୍ତିକୁ ନେଇ ଅନେକ ଲେଖକ, କବି ନିଜର ମତ ରଖିଥିଲେ। ଶେଷରେ ସମସ୍ତଙ୍କ ଆଗରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।