ବିଜେପି ବିଧାୟକ ସରୁଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ କେଉଁ କେଉଁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବାକୁ ଘୋଷଣା କରିଥିଲେ ଆଉ ସେଠାକାର ଦାୟିତ୍ୱ ନେବା ପରେ କିପରି ଉନ୍ନତି ହୋଇଛି ? ମାତ୍ର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରଶ୍ନକୁ ଟ୍ରାନ୍ସଫର କରି ଦିଆଯାଇଥିବାବେଳେ ଆଜି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଉତ୍ତର ଆସିଛି ।
ପ୍ରଥମ ପ୍ରଶ୍ନର ତଥ୍ୟ ବଦଳରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆସିଲା ଉତ୍ତର

ଭୁବନେଶ୍ୱର: ନିରାଶ ହେଲେ ନୂଆ କରି ବିଧାୟକ ହୋଇ ଆସିଥିବା ସୁରଜ ସୂର୍ଯ୍ୟବଂଶୀ । ପ୍ରଥମ ପ୍ରଶ୍ନର ତଥ୍ୟ ବଦଳରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆସିଲା ଉତ୍ତର । ମୁଖ୍ୟମନ୍ତ୍ରୀ କେଉଁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନିଜେ ନେବେ ବୋଲି ଘୋଷଣା କରିଛନ୍ତି ବିଭାଗ ପାଖରେ ନାହିଁ ତାହାର ଉତ୍ତର ।
Download Argus News App
