ବିଜେଡି ନଜରରେ ମହିଳା ଭୋଟର...
ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗରେ ଅମିତ ଶାହ ଦେଇଥିବା ଭାଷଣ ଉପରେ ସାଂସଦ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ନେଇ ଗୃହମନ୍ତ୍ରୀ ଯାହା କହିଛନ୍ତି ତାହା ନିଶ୍ଚୟ ସଫଳ ହେବ। ଆଗକୁ ଏହା କାର୍ଯ୍ୟକର୍ତ୍ତାଙ୍କୁ ଆହୁରି ଅଧିକ ପ୍ରଭାବିତ କରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ବେଙ୍ଗଲରେ କହିଥିଲେ ଯେ, ମୁଁ ବେଙ୍ଗଲ ରେ ବହୁତ ଦିନ କାମ କରିଛି। ଦିନଥିଲା ଆମେ ଗୋଟିଏ ବିଧାୟକ ଜିତି ପାରୁ ନଥିଲୁ। ଏବେ ଆମ ପାଖରେ 18 ସାଂସଦ ଜିତେଇଛୁ। ଆଗରୁ ଆମର ସ୍ଲୋଗାନ ଥିଲା 2019 ରେ ଅଧା 2021 ରେ ପୁରା । ଏବେ ଏହା ସଫଳ ହେବାକୁ ଯାଉଛି। ଆଗାମୀ ଦିନରେ ଏହାର ପ୍ରଭାବ ଓଡ଼ିଶାରେ ନିଶ୍ଚୟ ପଡିବ ବୋଲି ଶାହ କହିଥିଲେ।