ସହାୟତା ଅପେକ୍ଷାରେ ଅକ୍ଷୟ ...
ବାଲେଶ୍ୱର: ଅଜଣା ଜନ୍ତୁର ଭୟରେ ବଲବଲିଆ ଗାଁ। ବାଲେଶ୍ୱର ନୀଳଗିରି ବନ ବିଭାଗ ଅଧିନସ୍ଥ ସ୍ୱର୍ଣ୍ଣଚୁଡ଼ ପର୍ବତ ପାଦଦେଶରେ ଅବସ୍ଥିତ ଗାଁ ମାନଙ୍କରେ ଏବେ ଘାରିଛି ଅଜଣା ଜନ୍ତୁ ଭୟ । କିଛି ଦିନ ହେବ ବଡ଼ବିଲ ଓ ବଲବଲିଆ ଗ୍ରାମରେ ଗୃହପାଳିତ ପଶୁମାନଙ୍କୁ ଟାର୍ଗେଟ କରୁଛି ଅଜଣା ଜନ୍ତୁ।
ଅଞ୍ଚଳରେ ଛେଳି କୁକୁଡ଼ା ଗୋରୁ ମାନକୁ ଟାର୍ଗେଟ କରି ମରଣାତ୍ମକ ଆକ୍ରମଣ କରୁଥିବାର ଅଭିଯୋଗ ହୋଇଛି। ଗତ ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାତ୍ମକ ଆକ୍ରମଣ କରିଥିବା ବେଳେ କୁକୁଡ଼ା ପଲାରେ ପଶି ବି ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ରେଞ୍ଜର ମନୱାର ଖାନ ପହଞ୍ଚି ତଦନ୍ତ କରୁଛନ୍ତି।